ଆମସାଥୀରେ ପକ୍ଷରୁ ଗୁରୁ ଦିବସ ପାଳିତ

ଆମସାଥୀରେ ପକ୍ଷରୁ ଗୁରୁ ଦିବସ ପାଳିତ

ଶିକ୍ଷା ଏବଂ ଗୁରୁ ଙ୍କୁ ସମ୍ମାନ ଜଣାଇ ଆମ ସାଥିରେ ପରିବାର ପକ୍ଷରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରତିଷ୍ଠାତ୍ରୀ ଦେବଶ୍ରୀ ଛାଟୋଇ , ପ୍ରଦୀପ୍ତ ନାୟକ , ଦୀପ୍ତି ରଞ୍ଜନ ପରିଡ଼ା, ଗୁରୁ ପ୍ରସାଦ ସାହୂ, ପ୍ରିତିଷ ଦେବତା ଙ୍କ ପ୍ରଚେଷ୍ଟା ରେ କଟକ ଟାକ୍ସ ବାର୍ ଆସୋସିଏସନ୍ ହଲ୍ ପ୍ରାଙ୍ଗଣ ରେ ଗୁରୁ ଦିବସ ପାଳିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସାମ୍ବାଦିକ,କବି, ଲେଖକ, ସାମାଜିକ ସଙ୍ଗଠନ ମାନଙ୍କୁ ଗୁରୁ ସମ୍ମାନ ରେ ସମ୍ମାନୀତ କରା ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ, ଡାକ୍ତର ଅଭୟ ପଟ୍ଟନାୟକ , ଯୁବ କର୍ପୋରେଟର ଗଗନ ଓଝା , ଯୁବ ସମାଜ ସେବକ ସୁକାନ୍ତ ସାହାଣୀ, ସସ୍ମିତା ପଟ୍ଟନାୟକ ,ସମାଜସେବକ ଗିରିଶ ଭୂୟାଁ, ଆଶୁତୋଷ ଦାସ, ପ୍ରମୁଖ ଯୋଗ ଦେଇଥିଲେ । ପ୍ରେମାନନ୍ଦ ପରିଡ଼ା, ଜଗନ୍ନାଥ ସ୍ବାଇଁ, ରାହୁଲ ମହାନ୍ତି, ଦେବଶ୍ରିତ୍ ମହାପାତ୍ର , ହେମନ୍ତ ନାୟକ, ଦୁର୍ଯ୍ୟୋଧନ ପ୍ରଧାନ, ଦେବଂଶି ଛାଟୋଇ , ସାଇ ସ୍ନେହସିସ ଙ୍କ ସହଯୋଗ ରେ କାର୍ଯ୍ୟକ୍ରମ ଟିକୁ ସୂଚାରୁ ରୂପେ ପରିଚାଳନା କରାଯାଇଅଛି ।

Leave a Reply

Your email address will not be published. Required fields are marked *