ଖବର ଆଜିର:ତାରିଖ ୨୩/୦୯/୨୩, ଶନିବାର

ଖବର ଆଜିର:ତାରିଖ ୨୩/୦୯/୨୩, ଶନିବାର

୧-ଓଡିଶା ବିଧାନସଭା : ୨୮ ହଜାର ୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଉପସ୍ଥାପିତ। ମେଟ୍ରୋ ରେଳ ପାଇଁ ୨୧୦ କୋଟି।

୨-ରାଜ୍ୟରେ ମୁଣ୍ଡପିଛା ଋଣ ଭାର ୧୯ ହଜାର ୧୭୧ ଟଙ୍କା।ଏ ବର୍ଷ ଖୋଲା ବଜାରରୁ ଉଠିନି ଋଣ।

୩-ପ୍ରମିଳା ମଲ୍ଲିକ ହେଲେ ଓଡ଼ିଶା ବିଧାନ ସଭାର ପ୍ରଥମ ମହିଳା ବାଚସ୍ପତି।

୪-ଲୋୟର ପିଏମ୍‌ଜିରେ ଗର୍ଜିଲେ ହଜାର ହଜାର ଅଙ୍ଗନବାଡ଼ି କର୍ମୀ, ସରକାରଙ୍କୁ ଦେ​‌ଲେ ଅନ୍ତିମ ଚେତାବନୀ।

୫-ବଢିଛି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର, ଖୋଲିଲା ଆଉ ୧୦ଟି ଗେଟ୍।

୬-କଟକ: ଅନୁଭବ ବର୍ଷା ବିବାହ ବିଚ୍ଛେଦ ମାମଲା, ଉଭୟଙ୍କ ଆବେଦନ ଖାରଜ।

୭-ରହସ୍ୟ ଘେରରେ ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର।

୮-ସିଲଭର ସିଟିରେ ଜମିଲାଣି ପାର୍ବଣର ମାହୋଲ, ମଣ୍ଡପରେ ଜୋରସୋରରେ ଚାଲିଛି ନିର୍ମାଣ କାମ।

୯-ପାର୍ବଣରେ ଓଡ଼ିଶାକୁ ବନ୍ଦେ ଭାରତ ଭେଟି,୭ଘଣ୍ଟା ୪୫ ମିନିଟ୍ ରେ ୫୦୫ କିମି ଅତିକ୍ରମ କରିବ।

୧୦-ତୁମୁଡ଼ିବନ୍ଧରେ ଲାଲ୍ ବାହିନୀର ସ୍ଥିତି ଜାହିର; ବରଗୁଡ଼ା ଛକରେ ମାଓ ପୋଷ୍ଟର ଠାବ।

୧୧-ଓଟିପି ସେୟାରିଂ ମାମଲା:ଗିରଫ ଅଭିଯୁକ୍ତକୁ ୫ ଦିନିଆ ଜିମାରେ ଆଣିଲା STF।

୧୨-ଭୁବନେଶ୍ୱର: କଣ୍ଠଶିଳ୍ପୀ ଶାନ୍ତି ଲତା ବାରିକ୍ ଗୁରୁତର।

୧୩-ଭୁବନେଶ୍ୱର:ଆଜି CMO ସହ ପ୍ରାଥମିକ ଶିକ୍ଷକ ସଂଘର ଆଲୋଚନା।

୧୪-ସୁନ୍ଦରଗଡ଼ରେ ଆଉ ୫ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ, ପଜିଟିଭ ସଂଖ୍ୟା ୨୧୧ ଛୁଇଁଲା।

୧୫-ମୟୂରଭଞ୍ଜ:ଖିଚିଂ ମନ୍ଦିରରୁ ଚୋରି, ହୁଣ୍ଡି କାଟି ଲକ୍ଷାଧିକ ଟଙ୍କା ଓ ସୁନାଗହଣା ଲୁଟି ନେଲେ ଦୁର୍ବୁତ୍ତ।

୧୬-ଜଳପଥ ଓ ଉପକୂଳର ସୁରକ୍ଷା ପାଇଁ ସମରାଭ୍ୟାସ । ସାଗର କବଚ-ଟୁ ଜରିଆରେ ସମୁଦ୍ରରେ ଦମ୍ ଦେଖାଇଲା ଭାରତୀୟ ସେନା।

୧୭-ସାଇକ୍ଲୋନ୍ ନେଇ କୌଣସି ପୂର୍ବାନୁମାନ କରାଯାଇନି, ଗୁଜବ ଉପରେ ବିଶ୍ବାସ ନକରିବାକୁ ଆଇଏମଡି ଡିଜିଙ୍କ ପରାମର୍ଶ।

୧୮-ସଂସଦରେ ସଂରକ୍ଷଣ ବିଲ୍‌‌ ଗୃହୀତ ହେବାରୁ ମହିଳାଙ୍କୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ।

୧୯-ସନାତନ ଧର୍ମ ସମ୍ପର୍କରେ ବୟାନ ମାମଲାରେ ଉଦୟନିଧି ଷ୍ଟାଲିନ୍‌ ଏବଂ ଏ ରାଜାଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌।

୨୦-ଏନଡିଏରେ ବିଧିବଦ୍ଧ ଭାବେ ସାମିଲ ହେଲା ଜେଡିଏସ।

Leave a Reply

Your email address will not be published. Required fields are marked *