ଖବର ଆଜିର: ତାରିଖ ୨୪/୦୯/୨୩, ରବିବାର

ଖବର ଆଜିର: ତାରିଖ ୨୪/୦୯/୨୩, ରବିବାର

୧-ରାଜ୍ୟ ସରକାରଙ୍କ ସହ ପ୍ରାଥମିକ ଶିକ୍ଷକ ସଂଘ ଆଲୋଚନା ସଫଳ, ଦାବିକୁ ଗ୍ରହଣ କଲା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ।

୨-ଆଜିଠାରୁ ଗଢ଼ିବ ପୁରୀ- ଭୁବନେଶ୍ୱର -ରାଉରକେଲା ବନ୍ଦେ ଭାରତ , ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ।

୩-ଅକ୍ଟୋବର ୧୪ରେ ସୂର୍ଯ୍ୟ ପରାଗ, ଭାରତରେ ଦୃଶ୍ୟମାନ ହେବନି।

୪-ପୁଣି ବଢୁଛି ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର, ୨୪ ଗେଟ୍ ଖୋଲିଲା।

୫-ସମ୍ବାଦ ଋଣ ମାମଲା: ବର୍ତ୍ତମାନ ସୁଦ୍ଧା ୨୪ ଜଣ EOWରେ ଅଭିଯୋଗ କରିଛନ୍ତି।

୬-ରାୟଗଡାରେ ତୃତୀୟ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଘଟଣା: ଅଭିଯୁକ୍ତ ପିଅନ ଗିରଫ।

୭-ଇଭିଏମର ପ୍ରଥମ ପର୍ଯ୍ୟାୟ ତନଖି କାର୍ଯ୍ୟ ପାଇଁ ଦିନିକିଆ କର୍ମଶାଳା, ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲା ପାଇଁ ଅକ୍ଟୋବର ୩ରୁ ଆରମ୍ଭ।

୮-ସିସୋର ଚିଟଫଣ୍ଡ ମାମଲା: ପ୍ରଭାତ ବିଶ୍ବାଳ ଓ ତାଙ୍କ ପତ୍ନୀଙ୍କ ନାମରେ ହେଲା ଚାର୍ଜ ଫ୍ରେମ।

୯-ଚାକିରି ଦେବାକୁ କହି ୩୫ ଲକ୍ଷ ଠକେଇ ଅଭିଯୋଗ, ଜଣେ ଅଭିଯୁକ୍ତକୁ ଗିରଫ କଲା ସହିଦନଗର ଥାନା ପୋଲିସ।

୧୦-ଧାମରା:୩ ଡିଜେ ଜବତ- ଭସାଣୀ ବେଳେ ଉଚ୍ଚା ଶଦ୍ଦରେ ବଜାଉଥିବା ଅଭିଯୋଗ, ଲକ୍ଷାଧିକ ଟଙ୍କା ଜୋରିମାନା।

୧୧-କେନ୍ଦ୍ରାପଡ଼ା:ଜୋର ଧରିଲା ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବି, ମିଳିତ କ୍ରିୟାନୁଷ୍ଠାନ କମିଟିର ୧୨ ଘଣ୍ଟିଆ ଅବରୋଧ।

୧୨-୫୦ ହଜାର ଗାଁରେ ସଭା କରିବ ବିଜେପି । ଗାଁ ଗାଁରେ ପହଞ୍ଚାଇବ ମହିଳା ସଂରକ୍ଷଣ ପ୍ରସଙ୍ଗ।

୧୩-ପାର୍ବଣ ପୂର୍ବରୁ ଆକ୍ସନ ମୁଡ଼ରେ ସିଏମସି: ସନ୍ଧ୍ୟା ବେଳିଆ ଷ୍ଟ୍ରିଟ ଫୁଡ଼ ଉପରେ ଜୋରଦାର ଚଢ଼ାଉ।

୧୪-ବିଡିଓ ବାବୁଙ୍କ ପାଖରେ ସବୁ କ୍ଷମତା । ସରପଞ୍ଚଙ୍କ କ୍ଷମତା ହେଉଛି ସଙ୍କୁଚିତ, ୭ ଦିନର ମହଲତ ପରେ ପୁଣି ତାତିଲେ ସରପଞ୍ଚ।

୧୫-ତେଜିଲା ବର୍ଷା-ଅନୁଭବ କଳି; ସୋସିଆଲ ମିଡିଆରେ ପତି ପତ୍ନୀଙ୍କ ତୁତୁ-ମେମେ‌।

୧୬-ଢେଙ୍କାନାଳ ଲକ୍ଷ୍ମୀ ପୂଜା ମହୋତ୍ସବର ପହିଲି ପର୍ବ, ଗତ କାଲି ହେଲା ମାଟି ଅନୁକୂଳ।

୧୭-ନୂଆଦିଲ୍ଲୀ:ଭାରତୀୟ ଭାଷାରେ ଆଇନ କରିବେ ସରକାର, ଯେପରି ସବୁ ଲୋକ ବୁଝି ପାରିବେ: ପ୍ରଧାନମନ୍ତ୍ରୀ

୧୮-ନିଦରୁ ଉଠୁ ନାହାନ୍ତି ବିକ୍ରମ ଓ ପ୍ରଜ୍ଞାନ, ଯୋଗାଯୋଗ ଲାଗି ଇସ୍ରୋର ଉଦ୍ୟମ ଜାରି।

୧୯-ପ୍ରଧାନମନ୍ତ୍ରୀଙ୍କ ବଡ ଯୋଜନା : ଏଣିକି ସିଗାରେଟ୍‌‌ ଉପରେ ଲାଗିପାରେ ବ୍ୟାନ୍‌‌!

୨୦-କଡ଼ା ଶବ୍ଦରେ ପାକିସ୍ତାନକୁ ଶୁଣାଇଲା ଭାରତ- ‘ଆତଙ୍କବାଦ ବନ୍ଦ କର, ଅଧିକୃତ କାଶ୍ମୀର ଖାଲି କର’।

Leave a Reply

Your email address will not be published. Required fields are marked *