ବାଇକ୍‌ରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଲେ ଯୁବକ

ବାଇକ୍‌ରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଲେ ଯୁବକ

ନୂଆପଡ଼ା ଜିଲା କୋମନା ଥାନା ଅନ୍ତର୍ଗତ ଉଦ୍ୟାନବନ୍ଧ ଭାରତୀୟ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ଟଙ୍କା ଭର୍ତ୍ତି ବ୍ୟାଗ ଝାମ୍ପି ନେଇ ଲୁଟେରା ଫେରାର ହୋଇଯାଇଛନ୍ତି।

ଗୁରୁବାର କୁଞ୍ଜଲପଡା ଗାଁର ପ୍ରକାଶ ବାଗ ଓ ସ୍ତ୍ରୀ ଯଶୋ ବାଗ ଉଦ୍ୟାନବନ୍ଧ ଷ୍ଟେଟ ବ୍ୟାଙ୍କରୁ ୧ ଲକ୍ଷ ୪୦ ହଜାର ଟଙ୍କା ଉଠାଇ ବାଇକ୍‌ରେ ଗାଁକୁ ଫେରୁଥିଲେ। ଏହି ସମୟରେ ଭେଲା ଗାଁ ଦୁର୍ଗା ମଣ୍ଡାପ ପାଖରେ ୨ଜଣ ବ୍ୟକ୍ତି ଏକ ବାଇକ୍‌ରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ ଲୁଟି ନେଇ ଫେରାର ହୋଇଯାଇଛନ୍ତି। ଘଟଣାସ୍ଥଳରେ କୋମନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏପରିକି ପୋଲିସ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରୁଛି।

Leave a Reply

Your email address will not be published. Required fields are marked *