ଭଞ୍ଜକଳା ମଣ୍ଡପରେ ୨ୟ କୁମାର ଉତ୍ସବ 

ଭଞ୍ଜକଳା ମଣ୍ଡପରେ ୨ୟ କୁମାର ଉତ୍ସବ 

ଆକାଶର ଜହ୍ନ ସାଥେ କୁଆଁରୀ ମନର ଅସୁମାରୀ ଆଶାକୁ ନୃତ୍ୟରେ ରୂପାନ୍ତରିତ କରି ଅନୁଷ୍ଠିତ ହୋଇଯାଇଛି କୁମାର ଉତ୍ସବ। ଶୁକ୍ରବାର ନୃତ୍ୟାନୁଷ୍ଠାନ ନୃତ୍ୟାୟନ ପକ୍ଷରୁ ଭଞ୍ଜକଳା ମଣ୍ଡପରେ ୨ୟ କୁମାର ଉତ୍ସବ ପାଳନ କରାଯାଇଛି। ନୃତ୍ୟାଚର୍ଯ୍ୟ ଗୁରୁ ଦୁର୍ଗାଚରଣ ରଣବୀରଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠାନ ଦ୍ୱାରା ପ୍ରସ୍ତୁତ ନୃତ୍ୟ ସବୁକୁ ଉପସ୍ଥିତ ଦର୍ଶକ ଉପଭୋଗ କରିଥିଲେ। ଲକ୍ଷ୍ମୀ ମଙ୍ଗଳାଚରଣରେ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା। ସାରେ ଅତିଥି ଭାବେ ଗୁରୁ ଡ. ସ୍ନେହପ୍ରଭା ସାମନ୍ତରାୟ, ରାଜଶ୍ରୀ ଚିନ୍ତକ ବେହେରା, ସଭାପତି ରାଧାଶ୍ୟାମ ପାତ୍ର, ସମ୍ପାଦକ ଗୁରୁ ଦୁର୍ଗାଚରଣ ରଣବୀର ପ୍ରମୁଖ ଉପସ୍ଥିତ ଥିଲେ। ଧୀରେନ୍ଦ୍ରନାଥ ପଟ୍ଟନାୟକ ଧନ୍ୟବାଦ ଦେଇଥିଲେ।

Leave a Reply

Your email address will not be published. Required fields are marked *