ମସ୍କଙ୍କ ମହାଅଭିଯୋଗ: ଏକ୍ସ ଉପରେ ସାଇବର ଆକ୍ରମଣ କରିଛି ୟୁକ୍ରେନ୍

ମସ୍କଙ୍କ ମହାଅଭିଯୋଗ: ଏକ୍ସ ଉପରେ ସାଇବର ଆକ୍ରମଣ କରିଛି ୟୁକ୍ରେନ୍

ନୂଆଦିଲ୍ଲୀ: ସୋସିଆଲ୍ ପ୍ଲାଟଫର୍ମ ଏକ୍ସ(ଟ୍ୱିଟର) ଉପରେ ବଡଧରଣର ସାଇବର ଆଟାକ୍ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ବାରମ୍ୱାର ଏକ୍ସ ସର୍ଭର ଡାଉନ୍ ହୋଇଥିଲା । ଏହାପରେ ଏକ୍ସ ଉପରେ ସାଇବର ଆଟାକ୍ ହୋଇଥିବା ନେଇ ସ୍ପଷ୍ଟ କରିଛନ୍ତି ଏଲନ୍ ମସ୍କ । ଆମେରିକାର DOGE ବିଭାଗର ମୁଖ୍ୟ ଏଲନ ମସ୍କ ଦାବି କରିଛନ୍ତି ଯେ, ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ଟ୍ୱିଟର) ଉପରେ ୟୁକ୍ରେନରୁ ସାଇବର ଆଟାକ୍ ହୋଇଛି । ଯେଉଁଥିପାଇଁ ଏକ୍ସ ସର୍ଭର ସାରା ବିଶ୍ୱରେ ଡାଉନ ହୋଇଯାଇଥିଲା । ସୋମବାର ଦିନ ଏକ୍ସ ସର୍ଭର ଅନେକ ଥର ଡାଉନ୍ ହୋଇଥିଲା । ସର୍ଭର କେତେବେଳେ କେତେବେଳେ ଭଲ କାମ କରୁଥିଲା, କିନ୍ତୁ ତା’ପରେ ପୁଣି କ୍ରାସ ହୋଇଯାଉଥିଲା ।ଏଲନ୍ ମସ୍କ କହିଛନ୍ତି, ‘ବାସ୍ତବରେ କ’ଣ ଘଟିଥିଲା ତାହା ଜାଣିନାହୁଁ, କିନ୍ତୁ ଏକ୍ସ ସିଷ୍ଟମକୁ ଭାଙ୍ଗିବା ପାଇଁ ୟୁକ୍ରେନର ଏକ IP ଆଡ୍ରେସ୍ ବ୍ୟବହାର କରି ଏହି ସାଇବର ଆଟାକ୍ କରାଯାଇଥିଲା । ଯଦି ମସ୍କଙ୍କ ଅଭିଯୋଗ ସତ ତାହାଲେ ଏହା ଜେଲେନସ୍କି ଓ ଟ୍ରମ୍ପଙ୍କ ଝଗଡାର ପ୍ରତିଫଳନ ହୋଇପାରେ ବୋଲି ଚର୍ଚ୍ଚା କରାଯାଉଛି ।

Leave a Reply

Your email address will not be published. Required fields are marked *