ଭଦ୍ରକ ଆଗରପଡ଼ା  ଅଞ୍ଚଳରୁ ବିପୁଳ ପରିମାଣରେ ରନ୍ଧା ଦେଶୀ ମଦ ଜବତ.

ଭଦ୍ରକ ଆଗରପଡ଼ା ଅଞ୍ଚଳରୁ ବିପୁଳ ପରିମାଣରେ ରନ୍ଧା ଦେଶୀ ମଦ ଜବତ.

ଭଦ୍ରକ ଆଗରପଡ଼ା ଅଞ୍ଚଳରୁ ବିପୁଳ ପରିମାଣରେ ରନ୍ଧା ଦେଶୀ ମଦ ଜବତ. ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ଭଦ୍ରକ ଅବକାରୀ ବିଭାଗ. ଜିଲ୍ଲାପାଳ ଡ଼. ଜ୍ଞାନ ଦାସଙ୍କ ନିର୍ଦେଶକ୍ରମେ ଓ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀ ଗୌତମ ସାହୁଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଅବକାରୀ ଆଗରପଡା ବଜ଼ାର ନିକଟରେ ଚଢ଼ାଉ କରାଯାଇ ୧୩୫୦ ଲିଟର ଦେଶୀ ରନ୍ଧା ଜବତ କରାଯାଇଛି.

ଏଥିରେ ସମ୍ପୃକ୍ତ ଆଗରପଡା ଥାନା ଅନ୍ତର୍ଗତ ବରହମପୁର ଗ୍ରାମର ନବକିଶୋର ବେହେରାକୁ ଗିରଫ କରାଯାଇଛି। ଜବତ ମଦର ଆନୁମାନିକ ମୂଲ୍ୟ ୦୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ କେସ ନଂ: ୩୭/୨୦-୨୧ ମୂଳେ ମାମଲା ରୁଜ୍ଜୁ କରାଯାଇଛି।

Leave a Reply

Your email address will not be published. Required fields are marked *