
ସୁବର୍ଣ୍ଣପୁର :୧୫/୦୪- (ଭାସ୍କର ଦାଶ):-ଆଜି ସୁବର୍ଣ୍ଣପୁର ଗାନ୍ଧୀ ଷ୍ଟାଡିୟମ ରେ ୧୫ ବର୍ଷରୁ କମ୍ ମୁଖ୍ୟ ମନ୍ତ୍ରୀ ଟ୍ରଫି ଇଣ୍ଟର କ୍ଳବ୍ ଜିଲ୍ଲା ସ୍ତରୀୟ ଫୁଟବଲ୍ ଚମ୍ପିଅନସିପ ୨୦୨୫ର ଫାଇନାଲ ଖେଳ ଅନୁଷ୍ଟିତ ହୋଇଥିଲା l ସୁବର୍ଣ୍ଣପୁର ଜିଲ୍ଲା କ୍ରିଡ଼ା ସଂଘ, ଫୁଟବଲ୍ ଆସୋସିଏସନ୍ ଓଡିଶା, ଯୁବ କ୍ରୀଡା ବିଭାଗ ଓଡ଼ିଶା ସରକାରଙ୍କ ମିଳିତ ସହଯୋଗରେ ଅନୁଷ୍ଟିତ ଆଜିର ଏହି ଟୁର୍ଣ୍ଣlମେଣ୍ଟ ଫାଇନାଲ ଖେଳକୁ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମାଝୀ, ସମ୍ମାନିତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ ଅଞଳିନା ପଧାନ, ଡେପୁଟି କଲେକ୍ଟର ତଥା ବିଡ଼ିଓ ସୋନପୁର ପ୍ରତୀକ କର, ଓଡ଼ିଶା ସାମ୍ୱାଦିକ ସଂଘ ରାଜ୍ୟ ଉପ ସଭାପତି ସୁଶାନ୍ତ ମହାପାତ୍ର, କଟକ ସ୍ପୋର୍ଟସ ହଷ୍ଟେଲ ଇନ ଚାର୍ଜ ଗଙ୍ଗାଧର ବେହେରା, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚିତ୍ତ ରଞ୍ଜନ ମିଶ୍ର , ଜିଲ୍ଲା କ୍ରୀଡ଼ା ସଂଘ ଉପ ସଭାପତି ଚିତ୍ତ ରଞ୍ଜନ ତରାସିଆ ଯୋଗଦେଇ ମ୍ୟାଚ୍ କୁ ଉଦ୍ଘାଟନ କରି ଖେଳାଳୀଙ୍କୁ ଉତ୍ସାହିତ ଓ ପୁରସ୍କୃତ କରିଥିଲେ l ଜିଲ୍ଲାର ସମସ୍ତ ବ୍ଳକ୍ ରୁ ୧୦ ଗୋଟି ଫୁଟବଲ୍ ଦଳ ଏଥିରେ ଭାଗ ନେଇ ଥିବା ବେଳେ ଆଜି ଫାଇନାଲ ଖେଳ ରାମଜୀ କ୍ଲବ୍ ନିମ୍ନା ଦଳ ଓ ବି ଏସ ଏ ଉଲୁଣ୍ଡା ମଧ୍ୟରେ ଅନୁଷ୍ଟିତ ହୋଇଛି l ଏହି ଫାଇନାଲ ମ୍ୟାଚ୍ ଉଭୟ ଦଳର ୧-୧ ଗୋଲ୍ ସ୍କୋର ହୋଇ ଖେଳ ଅମିମାଂସିତ ହୋଇ ଥିଲା l ଉଲୁଣ୍ଡା ଦଳ ପେନାଲ୍ଟି ସୁଟରେ ୩-୨ ଗୋଲ୍ ରେ ବିଜୟୀ ଏହି ଅଣ୍ଡର ଫିଫ୍ଟିନ୍ ଫୁଟବଲ୍ ଚମ୍ପିଅନସିପର ୨୦୨୫ର ଚମ୍ପିଅନ ହୋଇଛି l ଉଲୁଣ୍ଡା ଦଳର କରମ୍ ଜିତ୍ ଭେଶ୍ରା ଜର୍ସି ନମ୍ୱର୍ ୧୭ ମ୍ୟାନ୍ ଅଫ ଦି ମ୍ୟାଚ୍, ବେଷ୍ଟ ଗୋଲ୍ କିପର ଭାବେ ନିମ୍ନl ଦଳର ବଳଦେବ ବେହେରା, ମ୍ୟାନ ଅଫ ଦି ସିରିଜ ଭାବେ ନିମ୍ନା ଦଳର ଅଂଶୁମାନ ବେହେରା ( ଜର୍ସି ନମ୍ୱର୍ ୭) , ବେଷ୍ଟ ଏମରର୍ଜିଂ ଖେଳାଳି ଭାବେ ଚର୍ଦା ଦଳର ଜର୍ସି ନମ୍ୱର୍ ୯ ଚନ୍ଦ୍ର ଷlଣ୍ଢ ପ୍ରାମୁଖ ଶ୍ରେଷ୍ଠ ଖେଳାଳିଙ୍କୁ ଅତିଥିଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ସମସ୍ତ ମ୍ୟାଚକୁ ମ୍ୟାଚ୍ କମିସନର ଭାବେ ଜିତେନ୍ଦ୍ର ଥନାପତି ଓ ଆଜି ମୁଖ୍ୟ ରେଫରୀ ଭାବେ ପ୍ରଶାନ୍ତ ସେଠୀ, ସହଯୋଗୀ ରେଫରି ଭାବେ ଅଜିତ ଠେଲା, ରାଜେଶ ଥନାପତି ଓ ଅନିତା ମହା ନନ୍ଦ ଫୋର୍ଥ ଅଫିସିଆଲ୍ ଭାବେ ଖେଳ ପରିଚାଳନା କରିଥିଲେ l ଚିତ୍ତ ରଞ୍ଜନ ତରାସିଆ ଉଦଯାପନୀ ଉତ୍ସବକୁ ପରିଚାଳନା କରି ଥିବା ବେଳେ ମନୋରଞ୍ଜନ ତ୍ରୀପାଠୀ ଓ ଦିଗାମ୍ବର ଶତପଥୀ ଖେଳର ଧାରା ବିବରଣୀ ପ୍ରଦାନ କରିଥିଲେ l ଜିଲ୍ଲା କ୍ରିଡ଼ା ସଂଘ ସଂପାଦକ ପୀୟୂଷ ପଣ୍ଡାଙ୍କ ତତ୍ୱାଵଧାନରେ ଅନୁଷ୍ଟିତ ଏହି ଖେଳରେ ବିକାଶ ପଣ୍ଡା, ସନ୍ତୋଷ ପାଢ଼ୀ , ବିକାଶ ପାଢ଼ୀଙ୍କ ସମେତ ଚନ୍ଦନ ବେହେରା , ସୁଜିତ୍ ବରିହା, ଗୁରୁ ଦଳେଇ, ରଂଜୁ ସାହୁ, ଅନିଲ ସାହୁ , ଶିବ, ରବି ଗୂରୁ, ଚୈତ୍ୟନ୍ୟ, କିରଣ ନାଏକ, ଚାହଦ ମଜୁମଦାର, ବସିର ମହମ୍ମଦ, ସଦା ସାହୁ , ଦିଲ୍ଲୀପ ସାହୁ, ପୁରେନ ନାଏକ, କଲିମ ମହମ୍ମଦ, ପ୍ରମୁଖ ରାମ ଧୂନ୍ କ୍ଲବ୍ ଓ ଜିଲ୍ଲା କ୍ରୀଡ଼ା ସଂଘର ସମସ୍ତ ସଦସ୍ୟ ସହଯୋଗ କରିଥିଲେ l