ମାଓବାଦୀମୁକ୍ତ ଲାଗି ପଞ୍ଚମ ଦିନରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍

ମାଓବାଦୀମୁକ୍ତ ଲାଗି ପଞ୍ଚମ ଦିନରେ ସୁରକ୍ଷାକର୍ମୀଙ୍କ ବଡ଼ ଅପରେସନ୍

ମାଲକାନଗିରି:୨୬/୦୪: ଓଡ଼ିଶା ସୀମାନ୍ତ ଛତିଶଗଡ଼ର ଘଞ୍ଚ ଜଙ୍ଗଲରେ ପଇଁତରା ମାରୁଛି ଏମଆଇ-୧୭ହେଲିକପ୍ଟର। ଯବାନମାନେ ପାହାଡ଼ ଶୀର୍ଷରେ ରହି ଅପରେସନ୍ କରୁଛନ୍ତି। ମାଓବାଦୀମୁକ୍ତ କରିବା ଲାଗି ସେମାନେ ଗତ ୫ ଦିନ ଧରି ବଡ଼ ଧରଣର ଅପରେସନ ଚଳାଇଛନ୍ତି। ଛତିଶଗଡ଼- ତେଲେଙ୍ଗାନା ସୀମାରେ ବିଜାପୁର ଓ ଭଦ୍ରାଚଲମ ସୀମାବର୍ତ୍ତୀ କରିଗେଟାଲ ଜଙ୍ଗଲରେ ଅପରେସନ ଜାରି ରହିଛି। ୧୦ ହଜାର ଯବାନ କରିଗେଟା ଜଙ୍ଗଲକୁ ଘେରି ରଖିଛନ୍ତି। ଜଙ୍ଗଲରେ ଏକ ହଜାର ମାଓବାଦୀଙ୍କୁ ଘେରି ରଖିଛନ୍ତି ଯବାନ। ଏଣେ ଘଞ୍ଚ ଜଙ୍ଗଲରେ ପଇଁତରା ମାରୁଛି ଏମଆଇ-୧୭ ହେଲିକପ୍ଟର। ଅପରେସନରେ ବାୟୁ ସେନାର ହେଲିକପ୍ଟର ସାମିଲ ହୋଇଛି। ଏହାଛଡ଼ା ଅତ୍ଯାଧୁନିକ ଡ୍ରୋନ ସହାୟତାରେ ମାଓ ଗତିବିଧି ଉପରେ ନଜର ରଖାଯାଇଛି।

Leave a Reply

Your email address will not be published. Required fields are marked *