
ସୋନପୁର (ଭାସ୍କରଦାଶ):- ୨୭/୦୪: ଦୀର୍ଘ ବର୍ଷରୁ ଅବହେଳିତ ହୋଇ ପଡ଼ିଥିବା ସୁବର୍ଣ୍ଣପୁର ବୌଦ୍ଧ ଜିଲ୍ଲାକୁ ସଂଯୋଗ କରୁଥିବା ସର୍ବ ପୁରାତନ ତେଲ ବ୍ରିଜର ରକ୍ଷଣା ବେକ୍ଷଣର ଅଭାବ ଯୋଗୁଁ ବ୍ରିଜର ଉଭୟ ପଟରେ ଅନେକ ଗାତ ହୋଇ ପଡିଛି l ଯାହା ଦ୍ବାରା କି ପଶ୍ଚିମ ଓଡ଼ିଶାରୁ ପୂର୍ବ ଓଡ଼ିଶାକୁ ପ୍ରତ୍ୟହ ଯିବା ଆସିବା କରୁଥିବା ହଜାର ହଜାର ଯାନ ବାହନ ଓ ସଧାରଣ ଲୋକ ବହୁ ସମୟରେ ଦୁର୍ଘଟଣାର ଶିକାର ହେଉଥିବା ଜଣା ପଡ଼ିଛି l ବୌଦ୍ଧ ଏନ୍ ଏଚ ବିଭାଗ ଓ ଜିଲ୍ଲା ପ୍ରଶାସନକୁ ପବ୍ଲିକ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ମଧ୍ୟ ଜିଲ୍ଲା ପ୍ରଶାସନ ଏ ଦିଗରେ ଧ୍ୟାନ ଦେଉନଥିଲେ l ଲୋକଙ୍କ ଜୀଵନ ସୁରକ୍ଷା ପାଇଁ ଆଜି ସ୍ୱଚ୍ଛ ଭାରତ ସଂଗଠନ ସୋନପୁର ମନମୁଣ୍ଡାର ସ୍ବେଛାସେବୀ ତେଲ ବ୍ରିଜ ଏନ୍ ଏଚ ୫୭ରେ ଥିବା ବଡ ବଡ ଖାଲକୁ ଇଟା ପଥର ପକାଇ ପୋତିଛନ୍ତି l ଏ କାର୍ଯ୍ୟରେ କିଛି ସମୟ ରାସ୍ତାରେ ଗାଡ଼ି ମଟର ଅଟକି ଯାଇ ଥିଲା, ହେଲେ ଲୋକେ ବିରକ୍ତି ପ୍ରକାଶ ନ କରି ଓଲଟା ସ୍ବେଛାସେବୀଙ୍କୁ ପ୍ରଶଂସା କରି ଜିଲ୍ଲା ପ୍ରଶାସନ ପାଇଁ ଏହା ଲଜ୍ଜା ବୋଲି ସମାଲୋଚନା କରିଥିଲେ l ଏ ମହତ୍ କାର୍ଯ୍ଯରେ ରାସ୍ତାରେ ଯିବା ଆସିବା କରୁଥିବା ଗୋଟାଏ ଜେସିପି ଗାଡି ଓ କିଛି ସାଧାରଣ ଲୋକ ବି ସହଯୋଗର ହାତ ବଢ଼ାଇଛନ୍ତି l ସ୍ୱଚ୍ଛ ଭାରତ ସଂଗଠନର ସଭାପତି ସାୟଦ ଅଲିମୁଲ୍ ଇସଲାମ, ଉପ ସଭାନେତ୍ରୀ ଇନ୍ଦୁମତି ପୁରୋହିତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵl ବଧାନରେ ଓ ମନୋରଞ୍ଜନ ତ୍ରୀପାଠୀଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ସ୍ବେଛାସେବୀ ପ୍ରମୋଦ କୁମାର ସାହୁ, ରବୀନ୍ଦ୍ର ଜେନା, ପ୍ରହଲ୍ଲାଦ ମିଶ୍ର, କଳା କାହୁଁ ଦାଶ, ରାମ ଚନ୍ଦ୍ର ଅଗ୍ରୱାଲା, ପ୍ରମୋଦ ମହାଣା, ନାରାୟଣ ରଥ, ନିଲୁ ଖଣ୍ଡଗିରି, ରତନ ନାଗ ପ୍ରମୁଖ ସଙ୍ଗଠନର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ l ପ୍ରକାଶ ଥାଉ କି ଯେ ବିଗତ ୨୦୧୪ ମସିହାରୁ ଏ ସଂଗଠନର କର୍ମକର୍ତା ଏଇ ତେଲ ବ୍ରିଜର ବାଲି ସଫେଇ, ପୋଲର ଖାଲ ପୋତିବା ସେବା କାମ କରି ଆସୁଛନ୍ତି l ଯାହାକି ଉଭୟ ଜିଲ୍ଲାର ଲୋକେ ଓ ହଜାର ଯାତ୍ରୀ ଏ ସ୍ବେଛାସେବୀଙ୍କୁ ପ୍ରଶଂସା କରିଛନ୍ତି l