
ଗଞ୍ଜାମ,୧୩।୬(କେଶବ ନାହାକ ): ଗଞ୍ଜାମ ବ୍ଲକ ସନ୍ତୋଷ ପୁର ପଞ୍ଚାୟତ ସନ୍ତୋଷପୁର ଗ୍ରାମଠାରେ ବ୍ଲକ କୃଷି କାର୍ଯ୍ୟାଳୟ ପକ୍ଷରୁ ବିକଶିତ କୃଷି ସଂକଳ୍ପ ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ବ୍ଲକ କୃଷି ଅଧିକାରୀ ରଶ୍ମିତା ମହାପାତ୍ରଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ ସରପଞ୍ଚ ସସ୍ମିତା ସ୍ବାଇଁ,କୃଷି ବିଶେଷଙ୍ଗ ଡ଼ ଆଶିଷ ମାଇତି, କୃଷି ବିଶେଷଙ୍ଗ (ଆଇସିଆର) ଶୈଳେଶ ସୌରଭ, ସିଫା କୃଷି ବିଶେଷଙ୍ଗ ଡ଼ ସିଦ୍ଧାର୍ଥ ରାଣାବିଜୁଳି, ବିଏଓ ରଶ୍ମିତା ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ କୃଷି ଭିତ୍ତିକ ଯୋଜନାର ପ୍ରଚାର ପ୍ରସାର ସହ ପ୍ରାୟ ପଞ୍ଚାୟତର ଦୁଇଶହରୁ ଉର୍ଦ୍ଧ ମହିଳା ଓ ପୁରୁଷ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ l ବ୍ଲକ ସହକାରୀ କୃଷି ଅଧିକାରୀ ପ୍ରତିଭା ଦେବୀ ଧନ୍ୟବାଦ ଅର୍ପଣ କରିଥିଲେ l ବ୍ଲକର କବିତା ସାହୁଙ୍କ ସମେତ ସମସ୍ତ ଲାଇନ ଡିପାଟମେଣ୍ଟ ପ୍ରମୁଖ ଉପସ୍ଥିତ ଥିଲେ l