ପ୍ରଧାନ ବିଚାରପତି କହିଲେ ‘ଆଇନ୍‌ ତା ବାଟରେ ଯିବ

ପ୍ରଧାନ ବିଚାରପତି କହିଲେ ‘ଆଇନ୍‌ ତା ବାଟରେ ଯିବ

୨୬ ଜାନୁଆରୀ ଅର୍ଥାତ ଗଣତନ୍ତ୍ର ଦିବସରେ ଦିଲ୍ଲୀରେ କୃଷକମାନେ କରିଥିବା ଟ୍ରାକ୍ଟର ରାଲି ସମୟରେ ହୋଇଥିବା ହିଂସାକୁ ନେଇ ଆଜି ସୁପ୍ରିମ୍ କୋର୍ଟ ଶୁଣାଣି କରିଛନ୍ତି । ଶୁଣାଣି ସମୟରେ କୋର୍ଟ ଏହି ମାମଲାରେ ମୁଣ୍ଡ ପୁରାଇବେ ନାହିଁ ବୋଲି ସିଧା ସିଧା କହିଛନ୍ତି । ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌.ଏ. ବୋବଡ଼େ ଏ ନେଇ କହିଥିଲେ ଯେ, ସରକାର ଏହି ମାମଲାକୁ ଦେଖୁଛନ୍ତି । ତେଣୁ କୋର୍ଟ କିଛି କରିପାରିବ ନାହିଁ ଏବଂ ଆଇନ୍‌ ତା ବାଟରେ ଯିବ ବୋଲି ସେ କହିଛନ୍ତି ।

ଶୁଣାଣି ସମୟରେ ପ୍ରଧାନ ବିଚାରପତି ପୁଣି କହିଛନ୍ତି, ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବୟାନ ସେ ଦେଖିଛନ୍ତି । ଏହି ମାମଲାକୁ ଗମ୍ଭିରତାର ସହ ନିଆଯାଉଛି । କାନୁନ୍‌ ତା କାମ କରିବ । ତେଣୁ କୋର୍ଟ ଏଥିରେ ଦଖଲ୍‌ ଦେବ ନାହିଁ । ମାମଲାର ବିଚାର ପାଇଁ କେନ୍ଦ୍ର ସରକାରଙ୍କୁ ଜଣାଇବାକୁ ଆବେଦନକାରୀଙ୍କୁ କୋର୍ଟ କହିଛନ୍ତି ।

ଏହି ମାମଲାର ବିଚାର ପାଇଁ ସୁପ୍ରିମ୍‌ କୋର୍ଟରେ ୫ଟି ଯାଚିକା ଦାଖଲ କରାଯାଇଥିଲା କିଛି ଯାଚିକାରେ ଅବସରପ୍ରାପ୍ତ ବିଚାରପତିଙ୍କ ଖଣ୍ଡପୀଠ ଗଠନ କରାଯିବା ନେଇ ଦର୍ଶାଯାଇଥିଲା । ଆଉକିଛି ଏହି ଘଟଣାରେ ଅନ୍ତରାଷ୍ଟ୍ରୀୟ ଲିଙ୍କ୍‌ ଥିବାର ଅଭିଯୋଗ କରି ମାମଲାକୁ ଏନ୍ଆଇଏକୁ ହସ୍ତାନ୍ତର କରିବା ପାଇଁ କୋର୍ଟଙ୍କୁ ଜଣାଇଥିଲେ ।

Leave a Reply

Your email address will not be published. Required fields are marked *