କୋରନା  କମୁଛି ସତ କିନ୍ତୁ ଥମିବାର ନାଁ  ନାହିଁ ; ନୂଆ ସର୍ଭେ ରିପୋର୍ଟରେ ପ୍ରତି ୫ ପ୍ରାପ୍ତ ବୟସ୍କରେ ଜଣେ କୋଭିଡ୍ ସଂକ୍ରମିତ……

କୋରନା କମୁଛି ସତ କିନ୍ତୁ ଥମିବାର ନାଁ ନାହିଁ ; ନୂଆ ସର୍ଭେ ରିପୋର୍ଟରେ ପ୍ରତି ୫ ପ୍ରାପ୍ତ ବୟସ୍କରେ ଜଣେ କୋଭିଡ୍ ସଂକ୍ରମିତ……

 ଭାରତରେ କରୋନା ଆତଙ୍କ ଥମିବାରେ ଲାଗିଛି । ତେବେ ଏହା ମଧ୍ୟରେ ଆଇସିଏମଆରର ଏକ ସର୍ଭେ ଚିନ୍ତା ବଢାଇ ଦେଇଛି । ଡିସେମ୍ବର ୧୫ ସୁଦ୍ଧା ଭାରତର ପ୍ରାୟ ଅଧା ରୁ ଅଧିକ ପ୍ରାପ୍ତ ବୟସ୍କ କରୋନାରେ ସଂକ୍ରମିତ ହୋଇ ସାରିଥିବା ଆଇସିଏମଆରର ତୃତୀୟ ସେରୋ ସର୍ଭେରେ ଏହି ତଥ୍ୟ ସାମ୍ନାକୁ ଆସିଛି ।

ସର୍ଭେର ରିପୋର୍ଟ ଅନୁସାରେ ୧୦ରୁ ୧୮ ବୟସର ୨୫.୩ ପ୍ରତିଶତ ପିଲାଙ୍କଠାରେ ଆଣ୍ଟିବଡି ସୃଷ୍ଟି ହୋଇଛି । ଅର୍ଥାତ ଏହି ପିଲାମାନେ ପୂର୍ବରୁ କରୋନା ସଂକ୍ରମିତ ହୋଇ ସାରିଛନ୍ତି । ସେହିପରି ୨୧.୪ ପ୍ରତିଶତ ଭାରତୀୟ ସେରୋ ସର୍ଭେରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଅର୍ଥାତ ସେମାନଙ୍କଠାରେ ଆଣ୍ଟିବଡି ତିଆରି ହୋଇଯାଇଛି । ଏନେଇ ସୂଚନା ଦେଇଛନ୍ତି ଆଇସିଏମଆରର ଡାଇରେକ୍ଟର ଜେନେରାଲ ବଳରାମ ଭାର୍ଗବ ।

ସେହିପରି ଅଗଷ୍ଟରେ କରାଯାଇଥିବା ଦ୍ୱିତୀୟ ସେରୋ ସର୍ଭେ ଅପେକ୍ଷା ତୃତୀୟ ସର୍ଭେରେ ଅନେକ ରୋଚକ ତଥ୍ୟ ସାମ୍ନାକୁ ଆସିଛି । ଅଗଷ୍ଟରେ ୭.୧ କିଶୋର ସରୋ ସର୍ଭରେ ପଜିଟିଭ୍ ଆସିଥିବା ବେଳେ ଏବେ ଏହି ପ୍ରତିଶତ ୨୧.୪କୁ ବୃଦ୍ଧି ପାଇଛି । ଯାହା ଏପ୍ରିଲରେ ମାତ୍ର ୦.୭ ପ୍ରତିଶତ ଥିଲା । ତୃତୀୟ ସେରୋ ସର୍ଭେ ଡିସେମ୍ବର ୧୭ରୁ ଜାନୁଆରୀ ୮ ମଧ୍ୟରେ ହୋଇଥିଲା ।

୨୧ ରାଜ୍ୟର ୭୦ ଜିଲ୍ଲାର ପ୍ରାୟ ୭୦୦ ଗାଁରେ ସେରୋ ସର୍ଭେ କରାଯାଇଥିଲା । ଏଥିରେ ୨୫.୭ ପ୍ରତିଶତ ସ୍ୱାସ୍ଥ୍ୟକର୍ମୀଙ୍କ ଠାରେ ଆଣ୍ଟିବଡି ଠାବ ହୋଇଥିବା ବେଳେ ୨୬.୬ ପ୍ରତିଶତ ଡାକ୍ତର ଓ ନର୍ସ ସେରୋ ସର୍ଭେରେ ପଜିଟିଭ୍ ଜଣାପଡିଥିଲା । ଅର୍ଥାତ ଏବେବି ଦେଶବାସୀଙ୍କୁ କରୋନା ବିପଦ ରହିଛି । ସର୍ଭେରେ ୧୦ ବର୍ଷରୁ ଅଧିକ ବୟସର ୨୮୫୮୯ ଜଣଙ୍କୁ ସାମିଲ କରାଯାଇଥିଲା । ଏଥିରେ ୭୧୭୧ଜଣ ସ୍ୱାସ୍ଥ୍ୟକର୍ମୀ ମଧ୍ୟ ରହିଥିଲେ ।  

ଏବେ ଦେଶରେ ମୋଟ୍ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧.୬ ଲକ୍ଷକୁ ହ୍ରାସ ପାଇଛି । ଗତ ୩ ସପ୍ତାହ ହେଲା ୪୭ଟି ଜିଲ୍ଲାରେ ଗୋଟିଏ ହେଲେ ପଜିଟିଭ୍ ଚିହ୍ନଟ ହୋଇନାହାଁନ୍ତି । ୨୫୧ ଜିଲ୍ଲାରେ କୌଣସି ଆକ୍ରାନ୍ତ ମୃତ୍ୟୁବରଣ କରିନାହାଁନ୍ତି ।

Leave a Reply

Your email address will not be published. Required fields are marked *