କୋଭିଡ୍ ଟେଷ୍ଟ ସେଣ୍ଟରରେ ଗର୍ଭବତୀ ମହିଳା ଏକ ପୁତ୍ର ସନ୍ତାନ ପ୍ରସବ, ମହିଳା ମଧ୍ୟ ଥିଲେ କରୋନା ସଂକ୍ରମିତ-

କୋଭିଡ୍‌ ଟେଷ୍ଟ ସେଣ୍ଟର ପରିସରରେ ଜଣେ ଗର୍ଭବତୀ ମହିଳା ଏକ ପୁତ୍ର ସନ୍ତାନ ପ୍ରସବ କରିଛନ୍ତି। ପରେ ଜଣାପଡ଼ିଛି ମହିଳା ମଧ୍ୟ ଥିଲେ କରୋନା ସଂକ୍ରମିତ ଏହା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଳକ ପାରୁଆ ଗ୍ରାମରେ

ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ କରୋନାରେ ଆକ୍ରାନ୍ତ ହେଲେ

କରୋନାରେ ଆକ୍ରାନ୍ତ ହେଲେ ୭୭ ବର୍ଷୀୟ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ । ଡାକ୍ତରମାନେ ତାଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି ବୋଲି ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ପ୍ରକାଶ।

ମେ ୨୩ରୁ ୨୫ ମଧ୍ୟରେ ସୁନ୍ଦରବନରେ ଅବତରଣ କରିବ ମହାବାତ୍ୟା ୟଶ୍, ସତର୍କ ସୂଚନା ଜାରି

ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ମହାବାତ୍ୟା ୟଶ୍ ମେ ୨୩ରୁ ୨୫ ମଧ୍ୟରେ ସୁନ୍ଦରବନ ଅଞ୍ଚଳରେ ଅବତରଣ କରିବ ଓ ବାଂଲାଦେଶ ଆଡକୁ ଯିବ।

ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ପୁଅ ପ୍ରଶାନ୍ତ ମହାପାତ୍ରଙ୍କ ପରଲୋକ, କରୋନା ନେଗେଟିଭ ଥିଲେ

କରୋନା ଯୋଗୁଁ ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ରଙ୍କ ଦେହାନ୍ତ ହେବାର ପ୍ରାୟ ଦଶ ଦିନ ପରେ ତାଙ୍କ ପୁଅ ପ୍ରଶାନ୍ତ ମହାପାତ୍ର ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ଏମ୍ସ ନିର୍ଦ୍ଦେଶକଙ୍କ ସୂଚନା ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି,

କରୋନା ସଂକ୍ରମିତ ହୋଇ ଏମ୍ସରେ ଚିକିତ୍ସାଧୀନ ରହିଥିବା ବିରୋଧୀ ଦଳର ନେତା ପ୍ରଦୀପ୍ତ ନାଏକଙ୍କ ସ୍ବାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହୋଇଛି ବୋଲି ଏମ୍ସ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।

ଆଜି ଗୁଜରାଟ ଓ ଦମନର ବାତ୍ୟା ପ୍ରଭାବିତ ଅଂଚଳକୁ ପ୍ରଧାନମନ୍ତ୍ରୀ ଆକାଶମାର୍ଗରୁ ସର୍ଭେ କରିବେ ଏବଂ କ୍ଷୟକ୍ଷତିର ଆକଳନ କରିବେ

ପ୍ରଧାନମନ୍ତ୍ରୀ ସାମୁଦ୍ରୀକ ବାତ୍ୟା ‘ତାଉତେ’ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଅଂଚଳ ବୁଲି ଦେଖିବା ସହିତ ସ୍ଥିତି ସମୀକ୍ଷା କରିବେ । ବାତ୍ୟା ଯୋଗୁଁ ଗୁଜରାଟରେ ବ୍ୟାପକ କ୍ଷୟକ୍ଷତି ହୋଇଛି ।

ଉତ୍ତର ପ୍ରଦେଶ ମନ୍ତ୍ରୀ ବିଜୟ କଶ୍ୟପଙ୍କ କରୋନାରେ ମୃତ୍ୟୁ: ଶୋକ ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

କରୋନା ଭାଇରସ୍ ମହାମାରୀର ୨ୟ ଲହରୀ ଉତ୍ତର ପ୍ରଦେଶର ଅନ୍ୟ ଜଣେ ମନ୍ତ୍ରୀଙ୍କ ଜୀବନ ନେଇଛି । କରୋନା ସଂସ୍ପର୍ଶରେ ଆସି ରାଜସ୍ୱ ଏବଂ ବନ୍ୟା ନିୟନ୍ତ୍ରଣ ମନ୍ତ୍ରୀ ବିଜୟ କଶ୍ୟପଙ୍କ ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍‌ପିଟାଲରେ ଚିକିତ୍ସା ଚାଲିଥିଲା । ବିଗତ ୨୦ ଦିନ ହେବ ସେ ଗୁରୁତର ଥିଲେ ।

ରାଜ୍ୟରେ ଅକ୍ସିଜେନ୍ ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ଗଠନ କଲେ ୯ ଜଣିଆ ଟାସ୍କଫୋର୍ସ

ରାଜ୍ୟରେ ଅକ୍ସିଜେନ୍ ବ୍ୟବସ୍ଥା ପାଇଁ ୯ ଜଣିଆ ଟାସ୍କଫୋର୍ସ ଗଠନ କରିଛନ୍ତି ରାଜ୍ୟ ସରକାର । ଯାହାଫଳରେ ଏହି ଟାସ୍କ ଫୋର୍ସ ଅକ୍ସିଜେନ୍ ଉତ୍ପାଦନ ଓ ବିତରଣର ତଦାରଖ କରିବ ଏବଂ ରାଜ୍ୟରେ କିପରି ଅକ୍ସିଜେନ୍ ଉତ୍ପାଦନ ବୃଦ୍ଧି ପାଇବ ସେନେଇ ପଦକ୍ଷେପ ନେବ ।

କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ କଏଦୀଙ୍କୁ ଜେଲରେ ଦିଆଗଲା କୋଭିଡ ଟୀକା-

ଦିନକୁ ଦିନ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ରାଜ୍ୟ ସରକାର ଟୀକାକରଣ ଉପରେ ଅଧିକ ଗୁରୁତ୍ଵ ଦେଇଛନ୍ତି ।