
ଦିନକୁ ଦିନ ରାଜ୍ୟରେ କୋରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏବେ ରାଜ୍ୟ ସରକାର ଟୀକାକରଣ ଉପରେ ଅଧିକ ଗୁରୁତ୍ଵ ଦେଇଛନ୍ତି ।
ଯାହାଫଳରେ ଓଡ଼ିଶା ର ସମସ୍ତ ଜେଲରେ ଥିବା କଏଦୀଙ୍କୁ ଦିଆଯାଇଛି ଟିକା ।ଜେଲରେ କରୋନା ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ।
ଜେଲରେ ଥିବା ୧୧ ଶହ ଅନ୍ତେବାସୀଙ୍କୁ ଦ୍ବିତୀୟ ଡୋଜ ଓ ୭୨୮ ଜଣଙ୍କୁ ପ୍ରଥମ ଡୋଜ ଦିଆଯାଇଛି ।
ଏହାସହ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ଜେଲରେ ବ୍ୟାପକ ବନ୍ଦୋବସ୍ତ କରାଯାଇଛି ।
ସେହିପରି କୋଭିଡ ଲକ୍ଷଣ ଦେଖାଗଲେ ତୁରନ୍ତ ଅନ୍ତେବାସୀଙ୍କ କରୋନା ଟେଷ୍ଟ କରାଯାଉଛି । ବିଏମସି ପକ୍ଷରୁ ଝାରପଡା ଜେଲରେ ଆଜି ୧୯୫ ଜଣଙ୍କ କୋଭିଡ ଟେଷ୍ଟ କରାଯାଇଛି ।