
ରାଜ୍ୟରେ ଅକ୍ସିଜେନ୍ ବ୍ୟବସ୍ଥା ପାଇଁ ୯ ଜଣିଆ ଟାସ୍କଫୋର୍ସ ଗଠନ କରିଛନ୍ତି ରାଜ୍ୟ ସରକାର ।
ଯାହାଫଳରେ ଏହି ଟାସ୍କ ଫୋର୍ସ ଅକ୍ସିଜେନ୍ ଉତ୍ପାଦନ ଓ ବିତରଣର ତଦାରଖ କରିବ ଏବଂ ରାଜ୍ୟରେ କିପରି ଅକ୍ସିଜେନ୍ ଉତ୍ପାଦନ ବୃଦ୍ଧି ପାଇବ ସେନେଇ ପଦକ୍ଷେପ ନେବ ।
ଏହାସହ ଅକ୍ସିଜେନ୍ ରିଫିଲିଂ କ୍ଷମତା ବୃଦ୍ଧି କରିବା ଦିଗରେ ଗୁରୁତ୍ବ ଦେବ।
ଏହି ଟାସ୍କ ଫୋର୍ସରେ ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି ।