ଚର୍ଚ୍ଚାରେ ଭୁବନେଶ୍ୱର ର ଦୁଇ ଯାଆଁଳା ଭଉଣୀ ନିକିତା ଓ ନିଶିଥା ……

ଚର୍ଚ୍ଚାରେ ଭୁବନେଶ୍ୱର ର ଦୁଇ ଯାଆଁଳା ଭଉଣୀ ନିକିତା ଓ ନିଶିଥା ……

ଦେଶରେ 2030 ସୁଦ୍ଧା 206 ବିଲିୟନ ଡଲାର ମୁଲ୍ୟର  ଦୁଇ ଓ ତିନିଚକିଆ  ବୈଦ୍ୟୁତିକ ଗାଡି ବିକ୍ରିର ସମ୍ଭାବନା ଥିବା ବେଳେ 2030 ସୁଦ୍ଧା ବାର୍ଷିକ 158 GW ର ବ୍ୟାଟେରୀ ଚାହିଦା ସୃଷ୍ଟିର ଆକଳନ କରାଯାଇଛି । ଏହି ବିଶାଳ ବ୍ୟବସାୟ କୁ ଦୃଷ୍ଟିରେ ରଖି ଭୁବନେଶ୍ୱର ର ଦୁଇ ଯାଆଁଳା ଭଉଣୀ ନିଶିଥା ବଳିୟାର ସିଂ ଓ ନିକିତା ବଳିୟାରସିଂ ଇଲେକ୍ଟ୍ରିକଯାନ ପାଇଁ ବ୍ୟାଟେରୀ ପ୍ରଯୁକ୍ତି ନେଇ ଆଗକୁ ଆସିଛନ୍ତି ।

ନିକିତା ସାମ୍ବାଦିକତା ଓ ଗଣ ଯୋଗାଯୋଗ ରେ ସ୍ନାତ୍ତକୋତ୍ତର କରିଥିବା ବେଳେ ନିଶିଥା କର୍ପୋରେଟ ଫାଇନାନ୍ସ ପାଠ୍ୟକ୍ରମ ପରେ NEXUS power ନାମରେ ଏକ ଷ୍ଟାର୍ଟଅପ ର ଶୁଭାରମ୍ଭ କରି ଜୈବ ବିଘଟନ ଓ ପରିବେଶ କୁ ସୁହାଇଲା ଭଳି ବ୍ୟାଟେରୀ ର ବଜାର ପ୍ରବେଶ କରାଇଛନ୍ତି । ଏହି ବ୍ୟାଟେରୀ ପରିବେଶ ପ୍ରଦୂଷଣ କରିନଥାଏ । ଶସ୍ୟ ଅବଶିଷ୍ଟାଂଶ ରୁ ତିଆରି ହେଉଥିବାରୁ ବ୍ୟାଟେରୀ ର ଶକ୍ତି, ଗୁଣବତ୍ତା ,ସ୍ୱଳ୍ପ ମୂଲ୍ୟ ଓ ପରିବେଶର ହିତକରି ଥିବା ଜଣାଯାଇଛି ।

Leave a Reply

Your email address will not be published. Required fields are marked *