
ଅଭିଷେକ ବଚ୍ଚନ ପୂର୍ବ ଅପେକ୍ଷା ପ୍ରଫେସ୍ନାଲ ଲାଇଫରେ ସାମାନ୍ୟ ବ୍ୟସ୍ତ ରହିଛନ୍ତି । ସୁଜୋୟ ଘୋଷଙ୍କ ଏକ୍ସାଇଟିଂ ପ୍ରୋଜେକ୍ଟ ବବ୍ ବିଶ୍ୱାସକୁ ନେଇ ଅଭିଷେକ ବେଶ ଚର୍ଚ୍ଚାରେ ରହିଛନ୍ତି । ହେଲେ ଫେବ୍ରୁଆରୀ ୨୨ରୁ ଜୁନିଅର ବଚ୍ଚନ ଏହି ଫିଲ୍ମକୁ ବାଦ୍ ଦେଲେ ଆଉ ଏକ ଫିଲ୍ମର ସୁଟିଂ ସେଟ୍ରେ ଯୋଗଦେବେ ।

ମିଳିଥିବା ରିପୋର୍ଟ ଅନୁଯାୟୀ ଫିଲ୍ମ ଦଶୱିର ସୁଟିଂ ପାଇଁ ଅଭିଷେକ ଆଗ୍ରା ଯିବେ । ପଲିଟିକାଲ କମେଡି ଥିମ୍ ଉପରେ ନିର୍ମିତ ହେବାକୁ ଥିବା ଏହି ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିବେ ନବାଗତ ତୁଷାର ଜଲୋଟା । ଆଜିର ସୋସାଇଟିରେ ଶିକ୍ଷାର ଗୁରୁତ୍ୱ ଉପରେ ଫିଲ୍ମର କାହାଣୀ ଆଧାରିତ ।
ଏହି ଫିଲ୍ମରେ ଅଭିଷେକଙ୍କୁ ଜଣେ ଦଶମ ଶ୍ରେଣୀ ଫେଲ୍ ମୁଖ୍ୟମନ୍ତ୍ରୀ କିର୍ଦାରରେ ଦେଖିବାକୁ ମିଳିବ । ଅଧିକାଂଶ ଷ୍ଟାରକାଷ୍ଟଙ୍କ ନାଁ ସାମ୍ନାକୁ ଆସନଥିଲେ ବି ୟାମୀ ଗୌତମ ଓ ନିମ୍ରତ୍ କୌରଙ୍କ ଭଳି ଅଭିନେତ୍ରୀ ଏହି ଫିଲ୍ମରେ ଦର୍ଶକଙ୍କୁ ଦେଖାଦେବେ ।