
ରାଜ୍ୟ ବିଜେପି ପକ୍ଷରୁ ୧୦ ଜଣିଆ ଟିମ ଆଜି କୋଟିଆ ଅଭିମୁଖେ ଯାତ୍ରା କରିବେ ବୋଲି ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ନେତୃତ୍ୱରେ ବିରୋଧୀ ଦଳ ନେତାଙ୍କ ସମେତ ବିଧାୟକ ମାନେ ଆଜି କୋଟିଆ ଯିବା ନେଇ ସୂଚନା ଦେଇଛନ୍ତି ବିଜେପି ସଭାପତି । ଏହି ଅବସରରେ ସମୀର ମହାନ୍ତି କହିଛନ୍ତି ଯେ କୋଟିଆ ସହ ଭାବାଗତ ସମ୍ପର୍କ ରହିଛି । ଏହି ଗସ୍ତରେ ସେମାନେ କୋଟିଆ ଅଂଚଳର ଜନସାଧାରଣଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କଥା ହେବା ସହ ସେମାନଙ୍କ ଭିତରେ କଣ ସମସ୍ୟା ସେ ସମ୍ପର୍କରେ ଚର୍ଚ୍ଚା ଆଲୋଚନା କରିବା ପାଇଁ ଏହି ଗସ୍ତ କରାଯାଉଛି ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି । ଏହା ସହ ନିର୍ବାଚନ ଉପରେ ପ୍ରତିକ୍ରିୟା ଦେଇ ବ୍ୟକ୍ତିଗତ ଭାବରେ ଆଲୋଚନା ଉପରେ ଗୁରୁତ୍ୱ ଦେଇଛନ୍ତି ସମୀର ମହାନ୍ତି । କୋଟିଆ ଓଡ଼ିଶାର ବୋଲି ସେ କହିଛନ୍ତି ।