ସାମୟିକ ଭାବେ ବନ୍ଦ ହେଲା କଟକ ସନ୍ ହସ୍ପିଟାଲ, ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ ରହିବ ଟ୍ରିଟମେଣ୍ଟ ଓ ଟେଷ୍ଟିଂ

ସାମୟିକ ଭାବେ ବନ୍ଦ ହେଲା କଟକ ସନ୍ ହସ୍ପିଟାଲ, ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ବନ୍ଦ ରହିବ ଟ୍ରିଟମେଣ୍ଟ ଓ ଟେଷ୍ଟିଂ

ସାମୟିକ ଭାବେ ବନ୍ଦ ହେଲା କଟକ ସନ୍ ହସ୍ପିଟାଲ  ।  ଅଗ୍ନିକାଣ୍ଡ ଘଟଣାରେ ସନ୍ ହସ୍ପିଟାଲ ସନ୍ତୋଷଜନକ ଉତ୍ତର ରଖି ନଥିବାରୁ ହସ୍ପିଟାଲ ବନ୍ଦ କରିବାକୁ କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ  । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସନ୍ ହସ୍ପିଟାଲରେ ବନ୍ଦ ରହିବ  ଟ୍ରିଟମେଣ୍ଟ ଓ ଟେଷ୍ଟିଂ ।  ଏନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନି ସୂଚନା ଦେଇଛନ୍ତି  । ଫେବୃଆରୀ 1 ତାରିଖରେ ସନ୍ ହସ୍ପିଟାଲରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା  ।  ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ସୋ’କଜ୍ ନୋଟିସ ମଗାଯାଇଥିଲା  । ଏଥିରେ ସନ୍ ହସ୍ପିଟାଲ କର୍ତ୍ତୃପକ୍ଷ ସନ୍ତୋଷଜନକ କାଗଜ ପତ୍ର ଦେଇନଥିଲେ  । ହସ୍ପିଟାଲର ଫାୟାର ସେଫ୍ଟି ଲାଇସେନ୍ସ ନଥିଲା  । ନିୟମ ବାହାରକୁ ଯାଇ ପଞ୍ଚମ ମହଲାରେ ଅଫିସ ଓ କ୍ୟାଣ୍ଟିନ ଚାଲିଥିଲା  । ସନ୍ ହସ୍ପିଟାଲ ସନ୍ତୋଷଜନକ ଉତ୍ତର ରଖି ନଥିବାରୁ ହସ୍ପିଟାଲ ବନ୍ଦ କରିବାକୁ କଟକ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ରହିଛି  । ଜିଲ୍ଲାପାଳଙ୍କ ନିର୍ଦ୍ଦେଶ  କ୍ରମେ ସନ୍ ହସ୍ପିଟାଲ ସାମୟିକ ଭାବେ ବନ୍ଦ କରାଯାଇଛି  ।

ଯେଉଁ ଯାଏଁ ସନ୍ତୋଷଜନକ ଉତ୍ତର ନ ମିଳିଛି ସେ ପର୍ଯ୍ୟନ୍ତ ସନ୍ ହସ୍ପିଟାଲ ବନ୍ଦ ରହିବ  । ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସନ୍ ହସ୍ପିଟାଲରେ ଟ୍ରିଟମେଣ୍ଟ ଓ ଟେଷ୍ଟିଂ  ବନ୍ଦ ରହିବ  ।  ହସ୍ପିଟାଲ୍ ପରିଚାଳନା ପାଇଁ ସମସ୍ତ ଲାଇସେନ୍ସ ଓ ଅଗ୍ନି ନିରାପତ୍ତା ଲାଇସେନ୍ସ ଆଣିବା ପରେ ଖୋଲିବା ନେଇ ନିଷ୍ପତି ଗ୍ରହଣ କରାଯିବ । କଟକ ରେ ରହିଥିବା ଅନ୍ୟାନ୍ୟ ଘରୋଇ ହସ୍ପିଟାଲର ଯାଞ୍ଚ ଲାଗି ବିଭିନ୍ନ ବିଭାଗ ନେଇ ଏକ ଟିମ୍ ଗଠନ ହୋଇଛି ।

Leave a Reply

Your email address will not be published. Required fields are marked *