2 ନାବାଳକଙ୍କ ମୃତଦେହ କୋଏଲ ନଦୀରୁ ଉଦ୍ଧାର

2 ନାବାଳକଙ୍କ ମୃତଦେହ କୋଏଲ ନଦୀରୁ ଉଦ୍ଧାର

କୋଏଲ ନଦୀରେ ଭାସୁଛି 2 ନାବାଳକଙ୍କ ମୃତଦେହ  । ଆଜି 2 ନାବାଳକ ନଦୀରେ ମୃତ୍ୟୁ ବରଣ କରିଛନ୍ତି । ସୁନ୍ଦରଗଡ ଜିଲ୍ଲା ରାଉରକେଲା କୋଏଲ ନଦୀରେ 2 ନାବାଳକଙ୍କ ମୃତଦେହ ଭାସୁଛି  । କିଛି ସ୍ଥାନୀୟ ଲୋକେ ଏହା ଦେଖି ପୋଲିସକୁ ଖବର ଦେଇଥିଲେ  ।  ଝିରିପାଣି ପୋଲିସ , ଫାୟାର ବ୍ରିଗେଡ଼ ଟିମ ଏବଂ ସ୍ଥାନୀୟ ଲୋକ 2 ନାବାଳକଙ୍କ ଶବକୁ ନଦୀରୁ ଉଦ୍ଧାର କରିଛନ୍ତି  । ବୈକୁଣ୍ଠ ଘାଟ ନିକଟ କୋଏଲ ନଦୀ କୂଳରେ ଉଭୟ ନାବାଳକଙ୍କ ଚପଲ ପଡିଛି । କୌଣସି ପାଖ ଅଞ୍ଚଳର ପିଲା ଦୁଇଜଣ ନଦୀରେ ଗାଧୋଉଥିବା ବେଳେ ବୁଡି ଯାଇଥିବେ ବୋଲି ଅନୁମାନ କରାଯାଉଛି  । ଏପର୍ଯ୍ୟନ୍ତ ଉଭୟଙ୍କୁ ଚିହ୍ନଟ କରାଯାଇପାରିନାହିଁ ।

Leave a Reply

Your email address will not be published. Required fields are marked *