
ରେଳବାଇର ଏସି-୩ ଟାୟାର କୋଚରେ ଯାତ୍ରା କରିବା ଶସ୍ତା ହେବ ଏବଂ ଅଧିକ ସୁବିଧା ମିଳିବ । ଭାରତୀୟ ରେଳବାଇ ଟ୍ରେନଗୁଡ଼ିକ ନୂତନ ଡିଜାଇନ କରୁଛି । ନୂତନ ଏସି-୩ ଟାୟାର କୋଚକୁ ପର୍ଯ୍ୟଟକ କ୍ଲାସ ମଧ୍ୟ କୁହାଯିବ । ଏହାର ଭଡ଼ା ବହୁତ କମ ହେବ । ଅର୍ଥାତ ଯାତ୍ରୀ କମ ଟଙ୍କାରେ ଏସି କ୍ଲାସରେ ଯାତ୍ରା କରିପାରିବେ । ସ୍ୱତନ୍ତ୍ର ଭାବେ ଡିଜାଇନ ହୋଇଥିବା ନୂତନ କୋଚରେ ଅନେକ ସୁବିଧା ରହିଛି । ଏବେ ୭୨ଟି ସ୍ଥାନରେ ୮୩ଟି ବର୍ଥ ରହିଛି ।
ନୂତନ କୋଚରେ ୮୩ଟି ସିଟ ରହିଛି । ହାଇଭୋଲଟେଜ ଇଲେକ୍ଟ୍ରି ସୁଇଚ ଗିୟରକୁ କୋଚ ଫ୍ରେମର ତଳେ ଶିଫ୍ଟ କରିବା କାରଣରୁ ଏହା ସଂମ୍ଭବ ହୋଇପାରିଛି । ପ୍ରତ୍ୟେକ ସିଟ/ବର୍ଥରେ ଏସି ଭେଣ୍ଟ ଦିଆଯାଇଛି । ଏହା ଦ୍ୱାରା ଯାତ୍ରୀ ନିଜସ୍ୱ ଇଚ୍ଛାରେ ଏସିର ବ୍ୟବହାର କରିପାରିବେ । ସେହିଭଳି ବର୍ଥର ଡିଜାଇନ ଓ ନିର୍ମାଣ ଶୈଳୀରେ ମଧ୍ୟ ସଂଶୋଧନ କରାଯାଇଛି । କୋଚର ରଂଗ ମଧ୍ୟ ପରିବର୍ତ୍ତନ କରାଯାଇଛି । ମଧ୍ୟମ ଓ ଉପର ସିଟକୁ ଚଢ଼ିବା ଲାଗି ମଧ୍ୟ ସହଜ ପାହାଚ ଲଗାଯାଇଛି । ଜରୁରୀକାଳୀନ ସ୍ଥିତିରେ ଅର୍ଥାତ ନିଆଁ ଲାଗିବା ସମୟରେ ଉଦ୍ଧାର ପାଇଁ ଆଧୁନିକ ପ୍ରଣାଳୀର ଅଗ୍ନି ନିର୍ବାପକ ବ୍ୟବସ୍ଥା କରାଯାଇଛି ।