ରାଜଧାନୀରେ ଆଉ ଏକ ହତ୍ୟାକାଣ୍ଡ, ପାରିବାରିକ କଳହ କୁ ନେଇ ଗଡିଲା ମୁଣ୍ଡ

ରାଜଧାନୀ ଭୁବନେଶ୍ୱରରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ କମିଶନରେଟ୍ ପୋଲିସ୍ ର ଚିନ୍ତା ବଢାଇଛି । ବର୍ତମାନ ପୁଣି ରାଜଧାନୀରେ ଗଡିଛି ମୁଣ୍ଡ । ପାରିବାରିକ କଳହକୁ କେନ୍ଦ୍ର କରି ଭୁବନେଶ୍ୱର ମଞ୍ଚେଶ୍ୱର ଉପକଣ୍ଠ ଝରଣାସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗତକାଲି ବିଳମ୍ବିତ ରାତିରେ ଝରଣାସାହିର ଛୋଟୁ ନାମକ ବ୍ୟକ୍ତିଙ୍କ ଘର ଉପରକୁ ହଠାତ୍ କିଛି ଦୁବୃତ୍ତ ଅତର୍କିତ ଆକ୍ରମଣ କରିଥିଲେ ଏବଂ ସେହି ମରଣାନ୍ତକ ଆକ୍ରମଣରେ ଛୋଟୁଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ହତ୍ୟାକାଣ୍ଡରେ ପୋଲିସ୍ ଜଣେ ଅଭିଯୁକ୍ତକୁ ଗିରଫ କରିବା ସହିତ ମାରଣାସ୍ତ୍ର ଜବତ୍ କରିଛି ଘଟଣାର ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି ।

ଖୁବଶୀଘ୍ର ଆସୁଅଛି କେବଳ କୁସୁମ ଟିଭିରେ ………

Leave a Reply

Your email address will not be published. Required fields are marked *