ଆଜି ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା , ଆସିଛନ୍ତି ଶହେରୁ ଅଧିକ ନାଗାସାଧୁ

ଆଜି ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା , ଆସିଛନ୍ତି ଶହେରୁ ଅଧିକ ନାଗାସାଧୁ

ଆଜି ଠାରୁ ଆରମ୍ଭ ହେବ ପ୍ରସିଦ୍ଧ ଖଣ୍ଡଗିରି କୁମ୍ଭ ମେଳା । ବିଶ୍ୱଶାନ୍ତି ଓ ଜଗତ କଲ୍ୟାଣପାଇଁ କରାଯାଉଥିବା ଏହି କୁମ୍ଭ ମେଳାରେ କଟକଣା ଲାଗିଛି । ଯାହାଫଳରେ ଏଥର କେବଳ ପୁଜାର୍ଚ୍ଚନା କରାଯିବ କୌଣସି ମେଳା ବା ଯାତ୍ରା ଅନୁଷ୍ଠିତ ହେବ ନାହିଁ । ଆଜି ଚନ୍ଦ୍ରଭାଗା ବୁଡ଼  ସରିଥିବା ବେଳେ ଏହି ଖଣ୍ଡଗିରି କୁମ୍ଭ ମେଳରେ ଧ୍ବନୀ ପ୍ରଜ୍ବଳିତ କରାଯିବ । ଏହି ମେଳା ପାଇଁ ଅଯୋଧ୍ୟା, କାଶି, ବୃନ୍ଦାବନ, ହରିଦ୍ୱାର, ମଥୁରରୁ ଶହେରୁ ଅଧିକ ନାଗା ସାଧୁ ସନ୍ଥ ଆସିଛନ୍ତି । ମାଘସପ୍ତମୀରୁ ଆରମ୍ଭ ହେଉଥିବା କୁମ୍ଭମେଳା ପୂର୍ଣ୍ଣିମା ପର୍ଯ୍ୟନ୍ତ ୯ ଦିନ ଧରି ଚାଲିବ । ପ୍ରଥା ଅନୁସାରେ ଆଜି ସନ୍ଧ୍ୟାରେ ଜଗମାର ଗାଁ ରୁ ପ୍ରଭୁ ଅନନ୍ତ କେଶରୀ ଯାତ୍ରାରେ ବାହାରି ରାଣୀ ହଂସପୁରକୁ ଆଗମନ କରିବେ । ସେଠାରେ ପୂଜା ସରିବା ପରେ ପୁଣି ଗାଁକୁ ପେରି ଆସିବେ । ବିଶ୍ବାସ ରହିଛି ଏହି ମେଳାର ଅନନ୍ତ କେଶରୀଙ୍କୁ ଦର୍ଶନ କଲେ କୋଟି ପୁଣ୍ୟ ମିଳିଥାଏ । 

Leave a Reply

Your email address will not be published. Required fields are marked *