ଚଳିତ ବର୍ଷ ବିନା ଭକ୍ତ ରେ ହେଲା ମାଘବୁଡ । କରୋନା କଟକଣା ଯୋଗୁଁ ଜିଲ୍ଲା ପ୍ରଶାସନ ଦ୍ୱାରା କୋଣାର୍କ ଚନ୍ଦ୍ରଭାଗାରେ ୧୪୪ ଧାରା ଜାରି କରାଯାଇଛି । ତିନି ଠାକୁର ତ୍ରିବେଣୀଶ୍ବର,ଦକ୍ଷିଣଶ୍ବର,ଐଶାନେଶ୍ବର ଙ୍କୁ ବିନା ସାଜସଜ୍ଜାରେ ମେଳା ପଡିଆକୁ ଅଣାଯିବା ପରେ ରିତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇଛି । ସେବାୟତ ଓ ପୁଲିସ ପ୍ରଶାସନକୁ ମିଶାଇ ମାତ୍ର ୫୦୦ ଜଣ ଏଥିରେ ସାମିଲ ହୋଇପାରିବେ ବୋଲି ନିଷ୍ପତି ହୋଇଥିଲା । ତେଣୁ କେବଳ ଅନୁମତି ପ୍ରାପ୍ତ ଭକ୍ତମାନେ ହିଁ ମାଘ ବୁଡ ପକାଇଛନ୍ତି । ପ୍ରତ୍ୟେକ ବର୍ଷ ଏହି ମାଘ ସପ୍ତମୀ ବୁଡ଼ କୁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଆସୁଥିବା ବେଳେ ଚଳିତ ବର୍ଷ କରୋନା କଟକଣା ପାଇଁ ତାହା ବନ୍ଦ ରହିଥିବାରୁ ଭକ୍ତ ଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।
