ପିଲାଚୋର ସନ୍ଦେହରେ ଅଜଣା ଲୋକକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼, ଉଦ୍ଧାର କଲା ପୋଲିସ

ପିଲାଚୋର ସନ୍ଦେହରେ ଅଜଣା ଲୋକକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼, ଉଦ୍ଧାର କଲା ପୋଲିସ

ଢେଙ୍କାନାଳରେ ପିଲାଚୋର ସନ୍ଦେହରେ ଜଣେ ବ୍ୟକ୍ତିକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମରାଯାଇଥିବାର ଖବର ମିଳିଛି। ସୂଚନା ଅନୁସାରେ ରାତି ୩ଟା ସମୟରେ କୁନୀ ଦେହୁରୀଙ୍କ ଘରେ ପଶି ଜଣେ ଅଜଣା ବ୍ୟକ୍ତି ପିଲା ଖୋଜୁଥିଲେ ।

ଏହି ସମୟରେ କୁନି ପାଟି କରି ଅନ୍ୟମାନଙ୍କୁ ଡାକିଥିଲେ । ପାଟି ଶୁଣି ବସ୍ତି ବାସିନ୍ଦା ଏହି ବ୍ୟକ୍ତିଙ୍କୁ ପିଲା ଚୋର ସନ୍ଦେହରେ କାବୁ କରିଛନ୍ତି । ସେମାନେ ତାକୁ ଧରିବା ପରେ ଖୁଣ୍ଟରେ ବାନ୍ଧି ମାଡ଼ି ମାରିବା ସହ ପୁଲିସକୁ ଖବର କରିଥିଲେ। ଏହାକୁ ନେଇ ବସ୍ତିରେ ଉତ୍ତେଜନା ପ୍ରକାଶ ପାଇଛି । ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସନ୍ଦିଗ୍ଧ ବ୍ୟକ୍ତିକୁ ଥାନାକୁ ନେଇ ଅଧିକ ପଚରାଉଚରା କରୁଛି।

Leave a Reply

Your email address will not be published. Required fields are marked *