ଦେଶର ଅଥର୍ନୀତି ସମ୍ଭାଳୁଥିବା ପଶ୍ଚିମବଙ୍ଗର ଯୁବକମାନେ ରୋଜଗାର ନପାଇବା କାରଣରୁ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ଯୁବକଙ୍କୁ ରୋଜଗାର ଦେବା ପାଇଁ ଏଠାରେ ସରକାରଙ୍କୁ ପରିବତର୍ନ କରି ମୋଦି ସରକାରଙ୍କୁ ଆଣାଯିବା ଜରୁରୀ ବୋଲି ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ସେମତ ଅନେକ ସ୍ଥାନରେ ବିଜେପି ଦ୍ୱାରା ଅୟୋଜିତ ପରିବତର୍ନ ଯାତ୍ରାରେ ସାମିଲ ହେବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧମେର୍ନ୍ଦ୍ର ପ୍ରଧାନ । ତାଙ୍କ ମତ ଅନୁସାରେ, ଭାରତୀୟ ସଭ୍ୟତା, ଜୀବନ, ସ୍ୱାଧୀନତାର ସଂଗ୍ରାମ, କଳା, ସାହିତ୍ୟ ଓ ସଂସ୍କୃତିରେ ପଶ୍ଚିମବଙ୍ଗର ସ୍ଥାନ ବହୁ ଉର୍ଦ୍ଧ୍ୱରେ ରହିଛି । କିନ୍ତୁ ଏଠାରେ ଅନେକ ମୌଳିକ ସମସ୍ୟା ସେମତ ବିଶେଷ ଭାବରେ ରୋଜଗାର ମୁଖ୍ୟ ସମସ୍ୟା ହୋଇଛି । ରାଜ୍ୟରେ ଅନେକ ଶିଳ୍ପ କାରଖାନା ଗୁଡିକ ବନ୍ଦ ହୋଇ ପଡିଛି । ଫଳେର ରୋଜଗାର ନମିଳିବା କାରଣରୁ ଏଠାକାର ଯୁବକମାନେ ବାହାରକୁ ଦାଦନ ଖଟିବାକୁ ଯାଉଛନ୍ତି । ତେଣୁ ପଶ୍ଚିମବଙ୍ଗରେ ପରିବତର୍ନ ଜରୁରୀ । ଏହା ସହ ସେ କହିଛନ୍ତି ପଶ୍ଚିମବଙ୍ଗର ସାମଗ୍ରିକ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଶ୍ରୁତିବଦ୍ଧ । ଏହି କାରଣରୁ ପୂର୍ବ ଭାରତ ଅନ୍ତଗର୍ତ ପଶ୍ଚିମବଙ୍ଗର ବିକାଶ ବିନା ସମଗ୍ର ଭାରତ ବଷର୍ର ସନ୍ତୁଳିତ ବିକାଶ ଅସମ୍ଭବ ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଭାରତର ବିକାଶ ପାଇଁ ପୂର୍ବୋଦୟ ମିଶନର ପରିକଳ୍ପନା କରିଛନ୍ତି । ପଶ୍ଚିମବଙ୍ଗବାସୀଙ୍କୁ ସେମ୍ବାଧନ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଏଠାରେ ରୋଜଗାର ଦେଉଥିବା ସରକାର ହେବା ଦରକାର ନା ରୋଜଗାର ଦେଉନଥିବା ସରକାର ଦରକାର । ପିସି ନେଉଥିବା ସରକାର ହେବା ଦରକାର ନା ବିକାଶମୂଳକ କାମ କରୁଥିବା ସରକାର ହେବା ଦରକାର । ତେବେ ପଶ୍ଚିମବଙ୍ଗର ବିଜେପି ପକ୍ଷରୁ ଅନୁଷ୍ଠିତ ହୋଇଥିବା ପରିବତର୍ନ ଯାତ୍ରା ସଫଳ ହେବ ଏବଂ ଏଠାକାର ବାସୀ ନିଶ୍ଚୟ ବିଜେପି ଉପରେ ଭରସା କରିବେ ବୋଲି ସେ କହିଛନ୍ତି ।
