ଆଉ ୨୪ ଘଣ୍ଟା ରହିବ କୋହଲା ପାଗ ସହ ରାଜ୍ୟର ଅନେକ ସ୍ଥାନରେ ହାଲୁକା ବର୍ଷା,

ଆଉ ୨୪ ଘଣ୍ଟା ରହିବ କୋହଲା ପାଗ ସହ ରାଜ୍ୟର ଅନେକ ସ୍ଥାନରେ ହାଲୁକା ବର୍ଷା,

ଆଜି ସକାଳୁ ଓଡ଼ିଶାର କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବା ସହ କୋହଲା ପାଗ ଦେଇଛି । ତେବେ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ର ସୁଚନା ମୂତାବକ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପାଗ ଏଭଳି ରହିବ ବୋଲି ଅନୁମାନ କରାଯାଉଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଓ କୋରାପୁଟ ଜିଲ୍ଲାର ଲମତାପୁଟରେ ୩୦ ମିମି ଲେଖାଏଁ ବର୍ଷା ‌ରେକର୍ଡ ହୋଇଥିବା ବେଳେ କଳାହାଣ୍ଡି, ସୋନପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଦେବଗଡ଼ ଓ ନୂଆପଡ଼ା ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହୋଇଥିବା ଜଣାପଡ଼ିଛି।

ବର୍ଷା ଯୋଗୁଁ ରାଜ୍ୟର ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଘଟିଛି ଓ ଶୀତ କମିଛି । ଗତକାଲି ଉପକୂଳ ଆନ୍ଧ୍ରପ୍ରଦେଶ ଓ ସଂଲଗ୍ନ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ଏବେ ଉତ୍ତର ଉପକୂଳ ଆନ୍ଧ୍ରପ୍ରଦେଶ ଓ ଏହାର ଆଖପାଖ ଅଞ୍ଚଳରେ ରହିଛି। ଏହାର ପ୍ରଭାବରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଉତ୍ତର ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଓଡ଼ିଶାର କିଛି କିଛି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି।

Leave a Reply

Your email address will not be published. Required fields are marked *