ଆଜି ନୀତି ଆୟୋଗର ୬ଷ୍ଠ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଜି ନୀତି ଆୟୋଗର ୬ଷ୍ଠ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୀତି ଆୟୋଗର ୬ଷ୍ଠ ବୈଠନକ ଆୟୋଜନ ହେବ । ଏହି ବୈଠକ ଭିଡିଓ ବାର୍ତ୍ତା ଜରିଆରେ ଆୟୋଜନ ହେବାର କାର୍ଯ୍ୟକ୍ରମ ରହିଛି । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇଥିବା ସୂଚନା ଅନୁସାରେ ବୈଠକରେ କୃଷି, ଭିତ୍ତିଭୂମି, ଉତ୍ପାଦନ, ମାନବ ସମ୍ବଳ ବିକାଶ, ତୃଣମୂଳ ସ୍ତରରେ ସେବା, ସ୍ୱାସ୍ଥ୍ୟ ଆଦି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହେବ । ଏଥି ସହିତ ପରିଷଦ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବ । ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମେତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଉପସ୍ଥିତ ରହିବେ ।  ଜମ୍ମୁକଶ୍ମୀରରୁ ଲଦ୍ଦାଖ ଅଲଗା ହେବା ପରେ ପ୍ରଥମ ଥର ନୀତି ଆୟୋଗର ବୈଠକରେ ଯୋଡ଼ିହେବ । ଚଳିତ ଥର ବୈଠକରେ ଅନ୍ୟ କେନ୍ଦ୍ର ଶାସିତ ଅଂଚଳର ପ୍ରଶାସନିକ ମୁଖ୍ୟଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି । 

ତେବେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅଧ୍ୟକ୍ଷତାରେ ଆୟୋଜନ ହେବାକୁ ଥିବା ନୀତି ଆୟୋଗର ବୈଠକକୁ ପଂଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ଯିବେ ନାହିଁ । ଗଣମାଧ୍ୟମର ରିପୋର୍ଟ ଅନୁସାରେ ଅମରିନ୍ଦର ସିଂହ ଅସୁସ୍ଥ ଅଛନ୍ତି । ତାଙ୍କ ସ୍ଥାନରେ ରାଜ୍ୟର ଅର୍ଥମନ୍ତ୍ରୀ ମନପ୍ରୀତ ସିଂହ ବାଦଲ ଅଂଶଗ୍ରହଣ କରିବେ । ସେହିଭଳି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଅନୁପସ୍ଥିତ ରହିବା ଆଶଙ୍କା ରହିଛି । 

Leave a Reply

Your email address will not be published. Required fields are marked *