ସମ୍ବଲପୁରର ଅନାଥ ଆଶ୍ରମର ତିନିଜଣ ପିଲାଙ୍କୁ ତାମିଲନାଡୁର ଦମ୍ପତି କୋଳେଇ ନେଇଛନ୍ତି । ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ (ଡିଏସଡବ୍ଲୁଓ)ଙ୍କ ଅନୁମୋଦନ କ୍ରମେ ତାମିଲନାଡୁର ଏକ ଦମ୍ପତି ସେମାନଙ୍କୁ ଆନୁଷ୍ଠାନିକ ଭାବେ ଗ୍ରହଣ କରିଛନ୍ତି । ସୂତ୍ରରୁ ପ୍ରକାଶ ଯେ ଡ.ଇସାକ୍ ସାନ୍ତା ବାଲନିକେତନ ଅନାଥ ଆଶ୍ରମରେ ବର୍ଷ ବର୍ଷ ଧରି ରହିଆସୁଥିବା ରିନା (୧୪), ଶଙ୍କର (୧୦) ଏବଂ ତୁଳସୀ (୭)ଙ୍କୁ ନେଇଛନ୍ତି । ତାମିଲନାଡୁର ସଫ୍ଟୱେୟାର ଇଞ୍ଜିନିୟର କାର୍ତ୍ତିକ ନାଗାର୍ଜୁନ ପିଲାମାନଙ୍କୁ ଗ୍ରହଣ କରିବା ପାଇଁ ଆଗ୍ରହୀ ଥିଲେ। ବିବାହର ବହୁ ଦିନ ପରେ ତାଙ୍କର କୌଣସି ସନ୍ତାନ ନଥିଲା।
ଜିଲ୍ଲା କଲ୍ୟାଣ କାର୍ଯ୍ୟାଳୟ ସମ୍ବଲପୁରରୁ ସୂଚନା ପାଇ କାର୍ତ୍ତିକ ଡକ୍ଟର ଇସାକ୍ ସାନ୍ତା ବାଲନିକେତନଙ୍କ ତିନି ପିଲାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାକୁ ଉପଯୁକ୍ତ ଆବେଦନ କରିଥିଲେ। ଡିଏସଡବ୍ଲୁଓରୁ ଅନୁମତି ପାଇବା ପରେ କାର୍ତ୍ତିକ ଏବଂ ତାଙ୍କ ପତ୍ନୀ ଶୁଭଶ୍ରୀ ରୀନା, ଶଙ୍କର ଏବଂ ତୁଳସୀଙ୍କୁ ଗ୍ରହଣ କରିବାକୁ ସମ୍ବଲପୁର ଆସିଥିଲେ । ବାଳନିକେତନରେ ଆୟୋଜିତ ଏକ ବିଶେଷ ଉତ୍ସବରେ ନାଗାର୍ଜୁନ ଦମ୍ପତି ତିନି ପିଲାଙ୍କୁ ନିଜ କୋଳରେ ନେଇଥିଲେ। ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ ନାଗାର୍ଜୁନ ଦମ୍ପତିଙ୍କୁ ୬ ମାସର ସର୍ତ୍ତମୂଳକ ପିତାମାତା ଅନୁମତି ଦେଇଛନ୍ତି । କାର୍ତ୍ତିକଙ୍କୁ ସମ୍ବଲପୁରର ଫ୍ୟାମିଲି କୋର୍ଟରେ ନିୟମିତ ରିପୋର୍ଟ ଦେବାକୁ କୁହାଯାଇଛି ।
