ବିଦେଶୀ ଷ୍ଟ୍ରେନ୍ କୁ ନେଇ ବଢୁଛି ଭୟ । ଏନେଇ ଗତ କାଲି ବିଏମସି ପକ୍ଷରୁ ସ୍ୱତନ୍ତ୍ର ନିୟାବଳୀ ମଧ୍ୟ ପ୍ରସ୍ତୁତ କରାଯାଇଛି । ଯାହାକି ଆଜି ଠାରୁ କଡାକଡି ହେବ । ସମସ୍ତ କରୋନା କଟକଣାକୁ କଡାକଡି କରିବାକୁ ସମସ୍ତ ଜୋନାଲ ଡେପୁଟି କମିଶରମାନକୁ ନିର୍ଦ୍ଦେଶ ଦିଆଯାଇଛି । ରାଜଧାନୀରେ ଗତ କିଛି ଦିନ ହେବ କରୋନା ଗ୍ରାଫ ତଳମୁହାଁ ରହିଥିବା ବେଳେ ଏବେ ପୁଣି ସଂକ୍ରମଣ ଭୟ ଘାରିଛି ଯାହାକୁ ନେଇ ପୂର୍ବ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି ।
ଆଜି ଠାରୁ ରାଜଧାନୀର ପ୍ରତ୍ୟକ ଛକରେ ମାସ୍କ ଚେକିଙ୍ଗ ପଏଣ୍ଟ ଗୁଡିକରେ ମାସ୍କ ଚେକିଙ୍ଗ ଆରମ୍ଭ ହେବା ସହିତ ସମସ୍ତ ସାମଜିକ ସମାବେଶ ସ୍ଥାନରେ, ମଲ ଗୁଡତକରେ, ହାଟ ବଜାର ସବୁଠି ବିଏମସିର ଏନଫୋର୍ସମେଣ୍ଟ ଟିମ୍ ଚେକିଙ୍ଗ କୁ ଜୋରଦାର କରାଯିବ । ଏଥିପାଇଁ ବିଏମସି ପକ୍ଷରୁ ୩ଟି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ୍ ମଧ୍ୟ ଗଠନ କରାଯାଇଛି । ବର୍ତମାନ ବାହାଘର ସିଜିନ୍ ହୋଇଥିବାରୁ ବିବାହ ମଣ୍ଡପ ଉପରେ ବିଶେଷ ନଜର ରହିବ ବୋଲି ଜଣାପଡିଛି ।
