ଏବେ ମଦ ପିଇ ଗାଡ଼ିରେ ବସିଲେ ଚାଲିବନି ଗାଡି-

ଏବେ ମଦ ପିଇ ଗାଡ଼ିରେ ବସିଲେ ଚାଲିବନି ଗାଡି-

ବିହାର ର ପୂର୍ଣ୍ଣିଆ ରେ ରହୁଥିବା ଐଶ୍ଵର୍ଯ୍ୟା ପ୍ରିୟା ନାମ୍ନୀ ଜଣେ ବିଟେକ ଛାତ୍ରୀ  ଆଶ୍ଚର୍ଯ୍ୟ ଚକିତ କଲା ଭଳି ଏକ ଯନ୍ତ୍ର ଉଦ୍ଭାବନ କରିଛନ୍ତି ।  ଏହି ଯନ୍ତ୍ର ଟିର ନାଁ ଆଲକୋହଲ ଡିଟେକ୍ଟର ଆଣ୍ଡ ଅଟୋମେଟିକ ଇଞ୍ଜିନ ଲକିଙ୍ଗ ସିଷ୍ଟମ ରଖାଯାଇଛି । ଏହି ଯନ୍ତ୍ର ଯେଉଁ ଗାଡ଼ିରେ ଖଞ୍ଜାଯିବ ସେହି ଗାଡ଼ିରେ ଯଦି ମଦ୍ୟପ ଡ୍ରାଇଭର କିମ୍ବା ଯାତ୍ରୀ ଚଢ଼ନ୍ତି ତେବେ ଗାଡିର ଇଞ୍ଜିନ ଆପେ ଆପେ ଲକ ହୋଇଯିବ ଓ ଗାଡି ଷ୍ଟାର୍ଟ ହେବନାହିଁ । ଯେ ପର୍ଯ୍ୟନ୍ତ ମଦ୍ୟପ ଡ୍ରାଇଭର ଅବା ଯାତ୍ରୀ ଗାଡିରୁ ତଳକୁ ଓଲ୍ହାଇ ନାହାନ୍ତି ସେ ପର୍ଯ୍ୟନ୍ତ ଗାଡି ଟି ଷ୍ଟାର୍ଟ ହେବ ନାହିଁ ।

ବିହାର ର ଏହି ଛାତ୍ରୀ ଐଶ୍ଵର୍ଯ୍ୟା ଙ୍କ ଏଭଳି ନବ ସୃଜନ ସଡ଼କ ଦୁର୍ଘଟଣା କୁ ରୋକିବାରେ ପ୍ରମୁଖ ଭୂମିକା ନେବ । ସୂଚନା ଯୋଗ୍ୟ ଯେ ଐଶ୍ଵର୍ଯ୍ୟା ସମ୍ପ୍ରତି ଭୋପାଳ ର ଲକ୍ଷ୍ମୀ ନାରାୟଣ କଲେଜ ଅଫ ଟେକ୍ନୋଲୋଜି ରେ ବିଟେକ ପଢୁଛନ୍ତି । ସାରା ବିଶ୍ୱରେ ହେଉଥିବା ସଡ଼କ ଦୁର୍ଘଟଣା କ୍ଷେତ୍ରରେ ଆମ ଦେଶ ଭାରତ ଶୀର୍ଷରେ ଥିବା ବେଳେ ମଦ୍ୟପାନ ସହିତ ଗାଡି ଚାଳନା ଏକ ପ୍ରମୁଖ କାରଣ ହୋଇଛି । ମଦ୍ୟପ ଡ୍ରାଇଭର ମାନଙ୍କୁ ଧରପଗଡ଼ ର ବ୍ୟାପକତା ସତ୍ତ୍ୱେ ଏହି ସମସ୍ୟା ବଳବତ୍ତର ରହିଛି । ଏବେ ଐଶ୍ୱର୍ଯ୍ୟ ଙ୍କ ଏହି ନୂଆ ଆବିଷ୍କାର ଦେଶରେ ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ କ୍ରିୟାଶୀଳ ଭୂମିକା ନିର୍ବାହ କରିପାରିବ ।

Leave a Reply

Your email address will not be published. Required fields are marked *