ରାଜ୍ୟରେ ପୁଣି ବଢୁଛି କରୋନା ଭୟ । କୋଭିଡ ଗାଇଡଲାଇନ ପାଳନ ନେଇ ଗଣଶିକ୍ଷା ବିଭାଗର ପଦକ୍ଷେପ । ବିଭାଗର ଅତିରିକ୍ତ ସଚିବଙ୍କ ପକ୍ଷରୁ ସମସ୍ତ ଡିଇଓଙ୍କୁ ଚିଠି । କୋଭିଡ କଟକଣା ପାଇଁ ଏସଆରସି ଜାରି କରିଥିବା ଗାଇଡଲାଇନ ମାନିବାକୁ ଡିଇଓଙ୍କୁ ଗଣଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ନିର୍ଦ୍ଦେଶ ।
କରୋନା ପୁଣି ନିଜ କାୟା ବିସ୍ତାର କରିବାରେ ଲାଗିଛି । ତେବେ କରୋନାସ୍ଥିତି ସାମାନ୍ୟ ସୁଧୁରିବା ପରେ ସ୍କୁଲ ଗୁଡିକରେ ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପାଠପଢା ଚାଲିଛି । ତେଣୁ ସତର୍କତାମୂଳକ ପଦକ୍ଷେପ ନେବାକୁ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବଙ୍କ ସମସ୍ତ ଡିଇଓଙ୍କୁ ଚିଠି ଲେଖିଛନ୍ତି । ସ୍କୁଲରେ କୋରନା କଟକଣା କଡାକଡି ପାଳନ କରାଯିବ । ସ୍କୁଲ ମାନଙ୍କରେ ସାନିଟେସନ କାର୍ଯ୍ୟ କରାଇବାକୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ ନିରାପତ୍ତା ମାନିବାକୁ ଶିକ୍ଷକମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସ୍କୁଲ ପରିସରରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ମାନିବାକୁ ବାଧ୍ୟତାମୂଳକ କରାଯାଇଛି ।
ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡୱାସ ଓ ସାନିଟାଇଜର ବ୍ୟବହାର କରାଯିବ । ସ୍କୁଲରେ ପାଠପଢା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ବାରଣ କରାଯାଇଛି । କଟକଣା ନ ମାନିଲେ ଗାଇଡଲାଇନ ଅନୁସାରେ ଦଣ୍ଡିତ ହେବେ ବୋଲି ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି ।
