ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଆସାମ ଓ ପଶ୍ଚିମବଙ୍ଗ ଗସ୍ତରେ ରହିବେ । ଏହି ଅବସରରେ ସେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକଳ୍ପ ଲୋକାର୍ପଣ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଗଣମାଧ୍ୟମକୁ ଏହି ସୂଚନା ଦିଆଯାଇଛି । ଆସାମରେ ଧେମଜୀର ସିଲାପଥରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ତୈଳ ଓ ଗ୍ୟାସ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ଏହି କାର୍ଯ୍ୟକ୍ରମ ପୂର୍ବାହ୍ନ ସାଢ଼େ ୧୧ଟାରେ ହେବ । ଏହି ଅବସରରେ ସେ ଏକ ଇଂଜିନିୟରିଂ କଲେଜ ପାଇଁ ଶିଳାନ୍ୟାସ କରିବେ । ପରେ ସେ ପଶ୍ଚିମବଙ୍ଗର ହୁଗୁଳି ଠାରେ କିଛି ରେଳବାଇ ପ୍ରକଳ୍ପ ଉଦଘାଟନ କରିବେ ।
ଆସାମରେ ମୋଦୀ ବୋଙ୍ଗାଇଗାଓ ତୈଳବିଶୋଧନାଗାର ଇଣ୍ଡିଆନ ଅଏଲର ଇଣ୍ଡିମାକ୍ସ କାରଖାନାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ସେହିପରି ଡେବ୍ରିଗଡ଼ ଓ ମଧୁବନସ୍ଥିତ ଅଏଲ ଇଣ୍ଡିଆର ଦ୍ୱିତୀୟ ଟ୍ୟାଙ୍କ କାରଖାନା ତିନିସୁକିଆ ଜିଲ୍ଲାର ମାକୁମ ନିକଟ ହେବେଡ଼ା ଗାଁରେ ଗ୍ୟାସ କମ୍ପ୍ରେସର ଷ୍ଟେସନ ଲୋକାର୍ପଣ କରିବେ ।
