ଆଜି ହେବ ସୁପ୍ରିମକୋର୍ଟରେ ଶୁଣାଣୀ , ପରୀ ପ୍ରସଙ୍ଗରେ ସିବିଆଇ ତଦନ୍ତ ହେବ କି ନାହିଁ ?

ଆଜି ହେବ ସୁପ୍ରିମକୋର୍ଟରେ ଶୁଣାଣୀ , ପରୀ ପ୍ରସଙ୍ଗରେ ସିବିଆଇ ତଦନ୍ତ ହେବ କି ନାହିଁ ?

ନୟାଗଡ ଯଦୁପୁର ନାବାଳିକା ପରୀ ହତ୍ୟା ମାମଲାରେ ଆଜି ଏକ ବହୁତ ଗୁରୁତ୍ୱପୂର୍ଣ୍ଣ ଦିନ ପରୀର ପରିବାର ଲୋକଙ୍କ ପାଇଁ । ଝିଅ କୁ ନ୍ୟାୟ ଦେବା ପାଇଁ ଏସଆଇଟି ଉପରୁ ଆସ୍ଥା ହରାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପରୀର ମା । ଯାହାର ଆଜି ସୁପ୍ରିମକୋର୍ଟରେ ଶୁଣାଣୀ ରହିଛି ।

ପରୀ ହତ୍ୟା କାଣ୍ଡ ପାଇଁ ସିବିଆଇ ତଦନ୍ତ ହେବ ନା ନାହିଁ ଆଜି ତାହାର ଶୁଣାଣୀ କରିବେ ମାନ୍ୟବର ସୁପ୍ରିମକୋର୍ଟ । ଏଥି ପାଇଁ ଏହି ମାମଲାରେ ସିବିଆଇ ତଦନ୍ତ ହେବା ଉଚିତ୍ କି ନାହିଁ ତାକୁ ନେଇ ଓଡ଼ିଶା ସରକାର ଓ ହାଇକୋର୍ଟଙ୍କୁ ସତ୍ୟପାଠ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ ।  ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ କଣ ସତ୍ୟପାଠ କରିବେ ତାହା ମାତ୍ର ଆଉ କିଛି ସମୟ ପରେ ସ୍ପଷ୍ଟ ହେବାକୁ ଯାଉଛି ।

Leave a Reply

Your email address will not be published. Required fields are marked *