ଗତ ଶନିବାର ଦିନ ରାତିରେ କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ପିପିଳିଆ ନିକଟରେ ଜଣେ ବ୍ୟବସାୟୀ ଠାରୁ ୫ ଲକ୍ଷ ଟଙ୍କା ଲୁଟ ଘଟଣାରେ ଜଣେ ଅଭିଯୁକ୍ତକୁ ଘଟଗାଁ ପୋଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ହେଉଛନ୍ତି ଉଗ୍ରସେନ ବାନସିଂ । ପୋଲିସ ତାଙ୍କୁ ମୟୂରଭଂଜ ଜିଲ୍ଲା ରରୁଆଁ ଥାନା ଅଂଚଳରୁ ଗିରଫ କରିଛି । ସୂଚନା ଅନୁସାରେ, କେନ୍ଦୁଝର ଆଇଟିସି କମ୍ପାନୀର ଡିଷ୍ଟ୍ରିବ୍ୟୁଟର ଆଶୁତୋଷ ଅଗ୍ରବାଲଙ୍କ ମ୍ୟାନେଜର ସରତ ବାରିକ ଓ ଦୁଇଜଣ ଶ୍ରମିକଙ୍କ ସହ ଏକ ଗାଡିରେ ଘଟଗାଁ ଓ ହରିଚନ୍ଦନପୁର ଅଂଚଳର ବ୍ୟବସାୟୀଙ୍କ ଠାରୁ ଟଙ୍କା କଲେକସନ କରି ଫେରୁଥିବା ବେଳେ ଚାରି ଜଣ ଦୁର୍ବୁତ ପିପିଳିଆ ନିକଟରେ ବିଳମ୍ବିତ ରାତିରେ ତାଙ୍କ କାର ଅଟକାଇ ଶରତଙ୍କୁ ଖଣ୍ଡାରେ ଆକ୍ରମଣ ଟଙ୍କା ଭର୍ତି ବ୍ୟାଗନେଇ ଫେରାର ହୋଇଯାଇଥିଲା । ଏହା ପରେ ଶରତ ଘଟଗାଁ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରି ଜଣକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଠାରୁ ଏକ ମାରୁତି କାର ଓ ୧ଲକ୍ଷ ଟଙ୍କା ଜବତ କରାଯାଇଥିବା ନେଇ ଘଟଗାଁ ଏସଡିପିଓ ରବିନ୍ଦ୍ର ମଲ୍ଲିକ ପ୍ରେସମିଟ ଜରିଆରେ ସୂଚନା ଦେଇଛନ୍ତି । ଅନ୍ୟ ଅଭିଯୁକ୍ତ ମାନେ ଏବେବି ଫେରାର ଥିବା ଜଣାପଡିଛି ।
