ବଢୁଛି ସବୁଜ ଜହର ଚାଲାଣ କାରବାର, ପୁଣି ଲମତାପୁଟରୁ 18 ଲକ୍ଷର ଗଞ୍ଜେଇ ଜବତ

ବଢୁଛି ସବୁଜ ଜହର ଚାଲାଣ କାରବାର, ପୁଣି ଲମତାପୁଟରୁ 18 ଲକ୍ଷର ଗଞ୍ଜେଇ ଜବତ

ରାଜ୍ୟରେ ବଢୁଛି ସବୁଜ ଜହର ଚାଲାଣ କାରବାର  । ଆନ୍ଧ୍ରପ୍ରଦେଶରୁ ଜୟପୁର ଅଞ୍ଚଳକୁ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ ବିପୁଳ ପରିମାଣର ଗଞ୍ଜେଇ ଜବତ କଲା ଲମତାପୁଟ ପୋଲିସ ।

ବିଳମ୍ବିତ ରାତିରେ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଓ ଲମତାପୁଟ ପୋଲିସ ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରୁଥିଲେ । ଠିକ ସେହି ସମୟରେ ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଳାପୁଟ ଅଞ୍ଚଳରୁ ଏକ ଗଞ୍ଜେଇ ଭର୍ତ୍ତି ବୋଲେରୋ ପିକଅପ ଗାଡି ଦ୍ରୁତ ଗତିରେ ଆସୁଥିଲା  । ଲମତାପୁଟ ପୋଲିସ କଡ଼ରି ମାଳିପୁଟଛକ ନିକଟରେ ଅଟକ ରଖି ଗାଡିକୁ ଯାଞ୍ଚ କରିଥିଲେ । ପରେ ଗାଡ଼ିରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଜାଣିବାକୁ ପାଇଥିଲେ । ପରେ ଗାଡି ଡ୍ରାଇଭର ସହ ଗଞ୍ଜେଇ ଭର୍ତ୍ତି ବୋଲେରୋ ପିକଅପ ଗାଡିକୁ ଲମତାପୁଟ ଥାନାକୁ ଆଣିଥିଲେ  । ଗାଡ଼ିରେ ୬୦୦କେଜି ଗଞ୍ଜେଇ ରହିଥିବା ସୂଚନା ମିଳିଛି । ଜବତ  ଗଞ୍ଜେଇ ର ଆନୁମାନିକ  ମୂଲ୍ୟ ୧୮ଲକ୍ଷ ଟଙ୍କାର ହେବ ବୋଲି ଲମତାପୁଟ ପୋଲିସ ପକ୍ଷରୁ କୁହାଯାଇଛି । ଅନ୍ୟ ପଟେ ଗାଡ଼ିର ଡ୍ରାଇଭରକୁ ଅଟକ ରଖି ପଚରଉଚରା ଜାରି ରହିଛି ।

Leave a Reply

Your email address will not be published. Required fields are marked *