ରାଜ୍ୟରେ ମହିଳାମାନେ ଏବେ ଅସୁରକ୍ଷିତ ହୋଇ ପଡିଛନ୍ତି । ମହିଳାଙ୍କ ପ୍ରତି ରାଜ୍ୟସରକାର ଓ ପୋଲିସ ପ୍ରଶାସନର ଉଦାସୀନତା ମେନାଭାବ ଯୋଗୁଁ ପ୍ରତିଦିନ ମହିଳାଙ୍କ ଉପେର ଅତ୍ୟାଚାର, ଅସଦାଚରଣ, ଦୁଷ୍କମ,ର୍ ଘେରାଇ ହିଂସା ଏବଂ ହତ୍ୟା ଘଟଣା ଆଦି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଫେବୃଆରୀ ୧୭ ତାରିଖ ଦିନ କଟକ ଜିଲ୍ଲା ମାହାଙ୍ଗା ଥାନା କୁମୁଡା ଜୟପୁର ଫାଣ୍ଡି ଅନ୍ତଗର୍ତ ଭେଡା ସାଲେପୁର ଗାଁ ରେ ଜଣେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ କରାଯାଇ ହତ୍ୟା କରାଯାଇଛି । ଏହି ହତ୍ୟାକାଣ୍ଡକୁ ୫ ଦିନ ବିତିଥିଲେ ସୁଦ୍ଧା ପୋଲିସ ଏପର୍ଯ୍ୟନ୍ତ ହତ୍ୟାକାରୀଙ୍କୁ ଗିରଫ ନକରିବା ପୋଲିସର ପାରିବାପଣିଆ ଉପରେ ସନ୍ଦେହ ସୃଷ୍ଟି ହୋଇଛି । ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଆଜି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏକ ପ୍ରତିନିଧୀ ଦଳ ଭେଡା ସୋଲପୁର ଗାଁ କୁ ଯାଇ ଘଟଣାସ୍ଥଳରେ ପଂହଚି ହତ୍ୟାକାଣ୍ଡ ଘଟଣାର ତଦନ୍ତ କରିବା ସହ ମୃତା ମହିଳାଙ୍କ ପରିବାର ଲୋକଙ୍କୁ ଭେଟି ସହେବଦନା ଜଣାଇବା ସହ ସ୍ଥାନୀୟ ଥାନା ଅଧିକାରୀଙ୍କ ସହ ହତ୍ୟାକାଣ୍ଡ ସମ୍ପର୍କରେ ଆଲୋଚନା କରି ଅପରାଧୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରିଛନ୍ତି । ଗତ ଦୁଇ ମାସ ଭିତରେ କଟକ ଜିଲ୍ଲା ମାହାଙ୍ଗା ଅଂଚଳରେ ହତ୍ୟାକାଣ୍ଡ ଗୋଟେ ସାଧାରଣ ଘଟଣା ପାଲଟିଛି । ଜାନୁଆରୀ ମାସରେ ମହାଙ୍ଗା ବ୍ଲକର ପୂବର୍ତନ ଅଧ୍ୟକ୍ଷ ତଥା ବିଜେପି ନେତା କୁଳମଣି ବରାଳ ଏବଂ ତାଙ୍କ ସହେଯାଗୀ ଦିବ୍ୟସିଂହ ବରାଳକୁ ରାଜନୈତିକ ଶତ୍ରୁତାରୁ ହତ୍ୟା କରାଯାଇଥିଲା । ଏହି ଘଟଣାରେ ୧୨ ଜଣ ଗିରଫ ହୋଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ ବିଶ୍ୱାଳଙ୍କର ରହସ୍ୟମୟ ଭାବେ ମୃତ୍ୟୁ ହୋଇଥିଲା । ଏବେ ପୁଣି ଜଣେ ବିଧବା ମହିଳାଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରାଯିବା ଘଟଣା ମହାଙ୍ଗା ଅଂଚଳର ଆଇନଶୃଙ୍ଖଳା ପରିସ୍ଥିତି କିପରି ଅଛି ତାହା ସ୍ପଷ୍ଟ କରୁଛି ବୋଲି ମହିଳା ମୋର୍ଚ୍ଚା ଉପସଭାନେତ୍ରୀ କସ୍ତୁରୀ ମିଶ୍ର ଆକ୍ଷେପ କରି କହିଛନ୍ତି । ସ୍ଥାନୀୟ ଅଂଚଳର କିଛି ଦୁବୃତ୍ତମାନେ ଏହି ହତ୍ୟାକାଣ୍ଡ ଭିଆଇଛନ୍ତି ବୋଲି ବିଜେପି ମହିଳା ପ୍ରତିନିଧୀ ଦଳ ସ୍ଥାନୀୟ ବାସିନ୍ଦା ଏବଂ ପରିବାର ଲୋକଙ୍କ ଠାରୁ ଜାଣିବାକୁ ପାଇଛନ୍ତି । ପୋଲିସ ପ୍ରଥମେ ଏହି ଘଟଣାକୁ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାକୁ ଚପେଇଦେବାକୁ ଅପପ୍ରୟାସ କରିଥିଲା । ଏହି ପ୍ରତିନିଧୀ ଦଳରେ ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସମ୍ପାଦିକା ରଶ୍ମିରେଖା ଦାସ, ଜୟଲକ୍ଷ୍ମୀ ମହାନ୍ତି, ଇତିଶ୍ରୀ ଜେନା, ଯାଜ୍ଞସେନୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।
