ଯଦୁପୁର ନାବାଳିକା ହତ୍ୟା ମାମଲା: କାଉଣ୍ଟର ଆଫିଡେଭିଟ୍ ଦାଖଲ ପାଇଁ 4 ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ଯଦୁପୁର ନାବାଳିକା ହତ୍ୟା ମାମଲା: କାଉଣ୍ଟର ଆଫିଡେଭିଟ୍ ଦାଖଲ ପାଇଁ 4 ସପ୍ତାହ ସମୟ ଦେଲେ ସୁପ୍ରିମକୋର୍ଟ

ବହୁଚର୍ଚ୍ଚିତ ନୟାଗଡ଼ ଯଦୁପୁର ଶିଶୁ ହତ୍ୟା ମାମଲାରେ ତଦନ୍ତ ପାଇଁ ସୁପ୍ରିମକୋର୍ଟ ରେ ପିଟିସନ । ଆଫିଦେଭିଟ୍ ପାଇଁ  ରାଜ୍ୟ ସରକାରଙ୍କୁ ସମୟ ଦେଲେ ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟରେ ନ୍ୟାୟ ପାଇଁ ସିବିଆଇ ତଦନ୍ତ ଦାବୀ କରିଛନ୍ତି ପରୀ ମା । ସୌଦାମିନି ସାହୁଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ପିଟିସନରେ କାଉଣ୍ଟର ଆଫିଡେଭିଟ୍ ଦାଖଲ କରିବାକୁ  ରାଜ୍ୟକୁ  4  ସପ୍ତାହ ସମୟ । ସୁପ୍ରିମକୋର୍ଟ ରେଜିଷ୍ଟାର ରାଜେଶ କୁମାର ଗୋଏଲ ଙ୍କ ଖଣ୍ଡପୀଠ ମମାଲର ଶୁଣାଣୀ ହୋଇଛି।  ଏପ୍ରିଲ 5 ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣୀ । ଗତବର୍ଷ ଜୁଲାଇ ମାସରେ ନୟାଗଡ଼ ଜିଲ୍ଲାର ଯଦୁପୁର ଶିଶୁ ପରୀକୁ ଅପହରଣ, ବଳାତ୍କାର ଓ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା ।

Leave a Reply

Your email address will not be published. Required fields are marked *