କାର୍ତ୍ତିକ ଭାରତ-ଇଂଲଣ୍ଡ ଟି-୨୦ ସିରିଜରେ କମେଣ୍ଟେଟର ଭାବେ ଡେବ୍ୟୁ କରିବେ –

କାର୍ତ୍ତିକ ଭାରତ-ଇଂଲଣ୍ଡ ଟି-୨୦ ସିରିଜରେ କମେଣ୍ଟେଟର ଭାବେ ଡେବ୍ୟୁ କରିବେ –

ତାମିଲନାଡୁ ରଣଜୀ ଦଳର ଅଧିନାୟକ ତଥା ଭାରତୀୟ ଦଳର ୱିକେଟ ରକ୍ଷକ ବ୍ୟାଟସମାନ ଦିନେଶ କାର୍ତ୍ତିକ ମାର୍ଚ୍ଚ ୧୨ ତାରିଖରୁ ଆରମ୍ଭ ହେବାକୁ ଥିବା ଭାରତ ଏବଂ ଇଂଲଣ୍ଡ ଟି-୨୦ ସିରିଜରେ କମେଣ୍ଟେଟର ଭାବେ ଡେବ୍ୟୁ କରିବେ । ସ୍କାଏ ସ୍ପୋର୍ଟସ ଚ୍ୟାନେଲରେ ସିଏ କମେଣ୍ଟ୍ରି କରିବେ ବୋଲି ସୂଚନା ମିଳିଛି । କାର୍ତ୍ତିଙ୍କ ସହ ଭେଟେରାନ ଭାରତୀୟ ସ୍ପିନର ହରଭଜନ ସିଂ, ପାର୍ଥିବ ପଟେଲ, ଗୌତମ ଗମ୍ଭୀର, ରବିନ ଉଥାପା ଆଦି ପୂର୍ବତନ ଖେଳାଳି ଏହି ଚ୍ୟାନେଲ ପାଇଁ କମେଣ୍ଟ୍ରି କରିବେ । ସେହିପରି ଷ୍ଟୁଆର୍ଟ ବ୍ରଡ, ନାସିର ହୁସେନ, ଇଆନ ୱାର୍ଡ ଆଦି ବିଦେଶୀ କ୍ରିକେଟରଙ୍କୁ ମଧ୍ୟ ଏହି ଚ୍ୟାନେଲ ନିମନ୍ତେ କମେଣ୍ଟ୍ରି କରୁଥିବାର ଦେଖିବାକୁ ମିଳିବ । ୨୦୧୯ ରେ ଶେଷଥର ପାଇଁ ଦିନେଶ କାର୍ତ୍ତିକ ଭାରତ ପକ୍ଷରୁ ଖେଳିଥିଲେ । ବାଂଲାଦେଶ ବିପକ୍ଷରେ ଗୋଟିଏ ଓଭରରୁ ୨୨ ରନ ସଂଗ୍ରହ କରି ଭାରତକୁ ନିଦହାସ ଟ୍ରଫି ଜିତାଇତିଲେ କାର୍ତ୍ତିକ । ଆଗାମୀ ଆଇପିଏଲ ୧୪ ରେ କୋଲକାତା ନାଇଟ ରାଇଡର୍ସ ଦଳର ପକ୍ଷରୁ ଖେଳିବେ ଦିନେଶ କାର୍ତ୍ତିକ ।

Leave a Reply

Your email address will not be published. Required fields are marked *