ଲୋୟର ପିଏମଜିରେ ଯାତ୍ରା କଳାକାରଙ୍କ ଆମରଣ ଅନଶନ ଓ ଗଣଧାରଣା

ଲୋୟର ପିଏମଜିରେ ଯାତ୍ରା କଳାକାରଙ୍କ ଆମରଣ ଅନଶନ ଓ ଗଣଧାରଣା

ଆମରଣ ଅନଶନରେ ବସିବେ ଯାତ୍ରା କଳାକାର। ୨୦୦୦ ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ ପାଇଁ ଅନୁମତି ଦେବା ଦାବିରେ ସୋମବାରଠୁ ଭୁବନେଶ୍ୱରସ୍ଥିତ ଲୋୟର ପିଏମଜିଠାରେ ଆମରଣ ଅନଶନ କରିବ ଯାତ୍ରା ସଂଘ।

ଆସନ୍ତା ଫେବ୍ରୁଆରି ୨୩ ତାରିଖ ସୁଦ୍ଧା ଦାବି ପୂରଣ ନହେଲେ ୨୪ ତାରିଖଠାରୁ ରାଜ୍ୟର ସମସ୍ତ ଜିଲ୍ଲାରେ କଳାକାରମାନେ ଆନ୍ଦୋଳନ କରିବେ ବୋଲି ସଂଘ ତରଫରୁ ଚେତାବନୀ ଦିଆଯାଇଛି । ଆଗରୁ ୫ଶହ ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ କରିବାକୁ ଅନୁମତି ରହିଥିଲା। କିନ୍ତୁ ଏବେ ଅତିକମ୍‌ରେ ୨ହଜାର ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣକୁ ଅନୁମତି ଦିଆଯାଉ ବୋଲି ଦାବି କରିଛି ସଂଘ।

ସେପଟେ କରୋନା ସମୟରେ ରାଜ୍ୟରେ ଲକ୍‌ଡାଉନ, ସଟ୍‌ଡାଉନ କାରଣରୁ ଭିଡ଼କୁ ଦୃଷ୍ଟିରେ ଯାତ୍ରା ମଞ୍ଚକୁ ବନ୍ଦ କରି ଦିଆଯାଇଥିଲା। ଏବେ ଦୁଇମାସ ହେବ ରାଜ୍ୟରେ କରୋନା ସ୍ଥିତି ସ୍ୱାଭାବିକ ହେବାପରେ ସମସ୍ତ ଅନୁଷ୍ଠାନ ଖୋଲିବାକୁ ସରକାର ଅନୁମତି ଦେଇଥିବାରୁ ଯାତ୍ରା କଳାକାରଙ୍କୁ ମଞ୍ଚକୁ ଫେରାଇ ଆଣନ୍ତୁ ବୋଲି ସଂଘ ଦାବି କରିଛି।

Leave a Reply

Your email address will not be published. Required fields are marked *