ଗତକାଲି ରାତି ପ୍ରାୟ ସାଢେ ୯ଟାରୁ ୧୦ଟା ମଧ୍ୟରେ କେନ୍ଦୁଝର ରୁଗୁଡ଼ି ଥାନା ଗୁଆଲି ଠାରେ ଥିବା ଜେ.ଏସ୍ .ଡ଼ବ୍ଲ୍ୟ ଡି.ଟପ୍ ଖଣି ଗେଟ୍ ସମ୍ମୁଖରେ ଖଣିରୁ ଲୋଡିଂ ପାଇଁ ଆସିଥିବା ୧୬ ଚକିଆ ଟ୍ରକ୍ ହୁତୁହୁତୁ ହୋଇ ଜଳିଗଲା । ଟ୍ରକ ଜଳୁଥିବା ଦେଖି ଦମକଳ ବାହିନୀକୁ ଖବର ଦିଆଯାଇଥିଲା ।
ସ୍ଥାନୀୟ ଲୋକଙ୍କ ସହାୟତାରେ ଦମକଳ ବାହିନୀ ନିଆଁ ଲିଭାଇଥିଲେ । ଡ୍ରାଇଭର, ଟ୍ରକ୍ କ୍ୟାବିନ ଭିତରେ ଷ୍ଟୋଭ ଲଗାଇ ରୋଷେଇ କରିବା ଯୋଗୁଁ ନିଆଁ ଲାଗିଥିଲା ନା ସର୍ଟ ସର୍କିଟ ଯୋଗୁଁ ଟ୍ରକ ଜଳିଗଲା ତାହା ସ୍ପଷ୍ଟ ହୋଇପାରିନାହିଁ।
