ରାଜ୍ୟରେ ଦିନକୁ ଦିନ ଗଞ୍ଜେଇ ଚୋରାଚାଲାଣ ବଢୁଥିବା ବେଳେ କୋରାପୁଟ ଲମତାପୁଟରେ ବାଲି ବୋଝେଇ ଟିପରରେ ୪୩୨କେଜି ଗଞ୍ଜେଇ ଜବତ ହୋଇଛି । ଯାହାର ଆନୁମାନିକ ମୂଲ୍ୟ ୧୨ ଲକ୍ଷଟଙ୍କା ହେବ ।
ସୂଚନା ଅନୁସାରେ ଆନ୍ଧ୍ର ସୀମାନ୍ତ ପୂଜାରିପୁଟ ବାଲି ଘାଟ ନିକଟରେ ଏକ ଟିପର ବାଲି ସହ ଗଞ୍ଜେଇ ଭର୍ତ୍ତି କରି ସେମିଳିଗୁଡା ଅଞ୍ଚଳକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ନେଇ ପାଡୁଆ ପୁଲିସକୁ ଖବର ମିଳିଥିଲା ।
ତେବେ ଏହି ଘଟଣାକୁ ନେଇ ପୋଲିସ୍ ଟିପର ଜବତ କରିବା ସହ, ଡ୍ରାଇଭର କୁ ମଧ୍ୟ ଗିରଫ କରିଛି । ଅଧିକ ତଦନ୍ତ ପରେ ଡ୍ରାଇଭରକୁ କୋର୍ଟ ଚାଲାଣ କରାଯିବ ବୋଲି ପାଡୁଆ ପୁଲିସ ସୂଚନା ଦେଇଛନ୍ତି ।
