ପୁଣି ଭଦ୍ରକ ଜିଲ୍ଲାରୁ ଗୋରୁ ବୋଝେଇ ପିକଅପ୍ ଭ୍ୟାନ୍ ଜବତ ହୋଇଛି । ସେଥିରୁ ୨୦ ଗୋରୁଙ୍କୁ ଉଦ୍ଧାର କରାଯାଇଛି । ପିକ୍ଅପ୍ ଗାଡ଼ି ସହ ଡ୍ରାଇଭରକୁ ଅଟକ ରଖିଛି ଚରମ୍ପା ପୋଲିସ୍ । ଜବତ ଗୋରୁ ବୋଝେଇ ପିକଅପ୍ ଭ୍ୟାନଟି ଭଦ୍ରକରୁ କୋଲକାତା ଯାଉଥିଲା ।
ତେବେ ଯିବା ସମୟରେ ରାସ୍ତାରେ ଠିଆ ହୋଇଥିବା ଲୋକଙ୍କୁ ଧକ୍କା ଦେଇ ଫେରାର ହୋଇଯିବାକୁ ଉଦ୍ୟମ କରି ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଯାଇଥିଲା ପିକଅପ୍ ଭ୍ୟାନ । ଯାହାଫଳରେ ଏହା ଧରାପଡ଼ିଥିଲା । ପରେ ପୋଲିସ ଘଟଣାର ଅଧିକ ତନାଘନା ଆରମ୍ଭ କରିଥିବା ବେଳେ ଡ୍ରାଇଭରକୁ ଧରାଯାଇଛି ହେଲେ ଗାଡିରେ ବସିଥିବା ୪ରୁ ୫ ଜଣ ଫେରାର ହୋଇଯାଇଛନ୍ତି ।
