ପୋଲ ତଳକୁ ଖସିଗଲା ୨ ବାଇକ୍। ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର । ଗତକାଲି ବିଳମ୍ବିତ ରାତିରେ ନୀଳଗିରି ସନ୍ତରାଗଡ଼ିଆ ରାସ୍ତାର ଜୁରିଆପାଟଣା ଛକ ନିକଟରେ ଦୁଇଟି ଭାଇକରେ ୩ଜଣ ଯାଉଥିବା ସମୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା ଫଳରେ ବାଇକ୍ ଦୁଇଟି ପୋଲ ତଳକୁ ଖସି ପଡ଼ିଥିଲା ।
ଗାଁଲୋକେ ଆମ୍ବୁଲାନ୍ସ ଖବର ଦେଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । କିନ୍ତୁ ସେଠାରେ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ଅନ୍ୟ ଦୁଇଜଣ ଗୁରୁତରଙ୍କୁ ନୀଳଗିରି ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ତେବେ ପୋଲିସ୍ ଏହି ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଜବତ ସହ ତଦନ୍ତ ଆରମ୍ଭ କରିଛି।
