ପୁଣି ରାଜଧାନୀରୁ ୬ ବର୍ଷର ଶିଶୁ ପୁତ୍ର ନିଖୋଜ –

ପୁଣି ରାଜଧାନୀରୁ ୬ ବର୍ଷର ଶିଶୁ ପୁତ୍ର ନିଖୋଜ –

ରାଜ୍ୟରୁ ଗୋଟିଏ ପରେ ଗୋଟିଏ ଶିଶୁ ନିଖୋଜ ହେଉଥିବା ବେଳେ ସେମାନଙ୍‌କୁ ଖୋଜି ଆଣିବାରେ ରାଜ୍ୟ ପୋଲିସ୍ ର ପାରିବାପଣିଆ ବି ପଦାରେ ପଡିଛି । ଏଭଳି ସ୍ଥିତିରେ ପୁଣି ଆଉ ଏକ ଶିଶୁ ନିଖୋଜ ର ସୂଚନା ମିଳିଛି ।

ଗତ କାଲି (ବୁଧବାର) ଭୁବନେଶ୍ୱର ଲିଙ୍ଗରାଜ ଥାନା ପାଖରୁ ମାତ୍ର ୬ ବର୍ଷର ଶିଶୁ ପୁତ୍ର ନିଖୋଜ ହୋଇଛି । ପିଲା ଟିର ବାପା ମା ଶ୍ରମିକ ଭାବରେ ପାଖରେ ଏକ କଣ୍ଟ୍ରାକ୍ଟର ନିକଟରେ କାମ କରୁଥିଲେ । ସବୁଦିନ ଭଳି ଗତ କାଲି ବି ସେ ତାଙ୍କ ପୁଅକୁ ସାଥିରେ ନେଇ କାମ କରିବାକୁ ଆସିଥିଲେ ସେହି ସମୟରେ ପିଲାଟି ଗାୟବ୍ ହୋଇଛି । ଏବଂ ଶିଶୁ ଟିର ନାମ ଭଗବାନ ନାୟକ ବୋଲି ସୂଚନା ମିଳିଥିବା ବେଳେ ତାର ବାପାଙ୍କ ନାମ ସନ୍ତୋଷ ନାୟକ ବୋଲି ଜଣାପଡିଛି । ତେବେ ପିଲାଟି ନିଖୋଜ ହେବା ପରେ ପରିବାର ଲୋକେ ଲିଖିତ ଭାବରେ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି ଏବଂ ଘଟଣା ସମ୍ପର୍କରେ ପୋଲିସ୍ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *