କଟକ ବିଡାନାସୀ ଥାନା ଅନ୍ତର୍ଗତ ଇପସାରଗଡାରେ ଘଟିଥିବା ହାଡ଼ିଆ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଶାନ୍ତନୁ ମଲ୍ଲିକକୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । ଏ ନେଇ ସାମ୍ବାଦିକ ସମ୍ମିଳନୀରେ କଟକ ଡିସିପି ପ୍ରତୀକ ସିଂ ସୂଚନା ଦେଇଛନ୍ତି।
ଗତବର୍ଷ ସେପ୍ଟେମ୍ବର ମାସ ୨ ତାରିଖରେ ଅଲିଶା ବଜାର ପ୍ରକାଶ ବେହେରା ଓରଫ ହାଡିଆକୁ ହାଣି କିଛି ଦୁର୍ବୃତ୍ତ ହତ୍ୟା କରିଥିଲେ । ମଦ ବ୍ୟବସାୟକୁ ନେଇ ରହିଥିବା ପୂର୍ବ ଶତ୍ରୁତା କାରଣରୁ ମଦ ମାଫିଆ ହାଡ଼ିଆକୁ ସତିଚୌରା ଛକ ନିକଟସ୍ଥ ଇପସାର ଗଡାରେ ୨୦୨୦ ସେପ୍ଟେମ୍ବର ୨ ତାରିଖ ସନ୍ଧ୍ୟାରେ ସଙ୍ଘବଧ ଆକ୍ରମଣ ହୋଇଥିଲା। ମୁଖ୍ୟ ଅଭିଯୁକ୍ତ ଶାନ୍ତନୁ ମଲ୍ଲିକ ଏବଂ ତାର ସହଯୋଗୀମାନେ ଲୁହା ରଡ଼ ଏବଂ ଭୁଜାଲିରେ ଆକ୍ରମଣ କରି ଅତି ନୃଶଂସ ଭାବେ ହାଡ଼ିଆକୁ ସେହିଦିନ ହତ୍ୟା କରି ଫେରାର ହୋଇଯାଇଥିଲେ। ବିଡାନାସୀ ଥାନା ପୋଲିସ ଏମାନଙ୍କୁ ଧରିବା ପାଇଁ ଉଦ୍ୟମ ଚଳାଇଥିଲା ।
