ଜମ୍ମୁ କଶ୍ମୀରରେ ବିଶ୍ୱର ସର୍ବୋଚ୍ଚ ରେଳ ପୋଲର ନିର୍ମାଣ ପାଖାପାଖି ଅନ୍ତିମ ପର୍ଯ୍ୟାୟରେ ପହଂଚିଛି । ରେଳମନ୍ତ୍ରୀ ପୀୟୁଷ ଗୋୟଲ ଏସଂପର୍କରେ ଟୁଇଟ କରି ସୂଚନା ଦେଇଛନ୍ତି । ରେଳମନ୍ତ୍ରୀ ଶ୍ରୀ ଗୋୟଲ ବ୍ରିଜର ଭିତ୍ତିଭୂମି ସଂପର୍କରେ ମଧ୍ୟ ଫଟୋ ଜାରି କରିଛନ୍ତି । ଚୋନାବ ନଦୀ ଉପରେ ନିର୍ମାଣାଧୀନ ଏହି ପୋଲ ୪୭୬ ମିଟର ଲମ୍ବ । ଇନ୍ଦ୍ରଧନୁଷ ଆକାରର ଏହି ବ୍ରଜି ରେଳବାଇର ଏହି ମହତ୍ୱପୂର୍ଣ୍ଣ ପ୍ରକଳ୍ପର ଅଂଶବିଶେଷ ଅଟେ, ଯାହାକି କଶ୍ମୀରକୁ ଭାରତ ସହିତ ଯୋଡ଼ିବ ।
ରେଳମନ୍ତ୍ରୀ ଶ୍ରୀ ଗୋୟଲ କହିଛନ୍ତି ଯେ, ଭିତ୍ତିଭୂମି ମାର୍ବଲ ଇନ ମେକିଂ, ଭାରତୀୟ ରେଳବାଇ ଏକ ଏବଂ ଇଂଜିନିୟରିଂର ଏକ ବିରଳ ନମୁନା ଏହି ପ୍ରକଳ୍ପରେ ଦେଖିବାକୁ ମିଳିଛି । ଏହା ବିଶ୍ୱର ସର୍ବୋଚ୍ଚ ରେଳ ପୋଲ ହେବ । ୧୨୫୦ କୋଟି ଟଙ୍କା ବ୍ୟୟରେ ଏହି ପୋଲର ନିର୍ମାଣ ଚାଲିଛି । ଚେନାବ ନଦୀର ଭୂପୃଷ୍ଠରୁ ୩୫୯ ମିଟର ଓ ପ୍ୟାରିସ ସହରର ପ୍ରସିଦ୍ଧ ଇଫିଲ ଟାୱାର ଠାରୁ ୩୫ ମିଟର ଉଚ୍ଚ ହେବ ।
ଏହି ରେଳ ପୋଲ ରିକ୍ଟର ସ୍କେଲରେ ୮ ତୀବ୍ରତାର ଭୂକମ୍ପକୁ ମଧ୍ୟ ସମ୍ମୁଖୀନ ହୋଇପାରିବ । ରେଳବାଇ ଅଧିକାରୀଙ୍କ ଅନୁସାରେ ବ୍ରିଜର ଲମ୍ବ ୧୩୧୫ ମିଟର । ଏହାର ନିର୍ମାଣ କାମ ୨୦୧୭ ନଭେମ୍ବରରେ ହୋଇଥିଲା । ଏହା ହେଉଛି ଭାରତର ପ୍ରଥମ କେବୁଲ-ଷ୍ଟେ ରେଳ ପୋଲ । ଆସନ୍ତା ମାର୍ଚ୍ଚ ମାସ ସୁଦ୍ଧା ଏହାର ନିର୍ମାଣ କାମ ଶେଷ ହେବ ବୋଲି ଅନୁମାନ କରାଯାଉଛି । ବ୍ରିଜରେ ମୋଟ ୧୭ଟି ଖମ୍ବ ଲାଗିଛି । ସବୁଠାରୁ ଉଚ୍ଚ ଖମ୍ବର ଉଚ୍ଚତା ୧୩୩.୭ ମିଟର । ପୋଲ ନିର୍ମାଣ ଲାଗି ମୋଟ ୨୫ ହଜାର ମେଟ୍ରିକ ଟନ ଷ୍ଟିଲ ବ୍ୟବହାର ହୋଇଛି । ଏହି ପୋଲ ଉପରେ ଟ୍ରେନ ଘଣ୍ଟା ପିଛା ୧୦୦ କିମି ବେଗରେ ଦୌଡ଼ିପାରିବ ।
