ଆଜି ଭାରତ ବନ୍ଦ, ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଦେଇଛି ୧୨ ଘଣ୍ଟିଆ ବନ୍ଦ ଡାକରା

ଆଜି ଭାରତ ବନ୍ଦ, ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ଦେଇଛି ୧୨ ଘଣ୍ଟିଆ ବନ୍ଦ ଡାକରା

ଆଜି ସର୍ବଭାରତୀୟ ବ୍ୟବସାୟୀ ମହାସଂଘ ପକ୍ଷରୁ ବ୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ସକାଳ ୬ ରୁ ସଂଧ୍ୟା ୬ ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ର ପ୍ରଭାବ ଚାରିଆଡେ ଦେଖିବାକୁ ମିଳିଛି, ରାସ୍ତା ଘାଟ ଶୂନଶାନ୍ ରହିବା ସହିତ ସବୁ ବ୍ୟବସାୟୀ ମାନେ ଏହି ବନ୍ଦ କୁ ସମର୍ଥନ କରି ଦୋକାନ ବଜାର ବନ୍ଦ ରଖିଛନ୍ତି।

ଆଜି କେବଳ ଦୋକାନ ବଜାର ସହିତ ଅନ୍ୟ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ଅନ୍ୟ ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଖୋଲିବାକୁ ଅନୁମତି ଦିଆଯାଇଛି । ଅଫିସ୍ ଖୋଲା ରହିବା ହେତୁ ଯାନବାହାନ ଚଳାଚଳ ମଧ୍ୟ ସ୍ୱଭାବିକ୍ ରହିଛି ।  ଜିଏସଟି ସରଳୀକରଣ, ଇ-କମର୍ସ ବ୍ୟବସାୟୀଙ୍କ ବିସ୍ତାରବାଦ ନୀତି ଉପରେ ସରକାରୀ ନିୟନ୍ତ୍ରଣ ଓ ଖାଦ୍ୟ ନିରାପତ୍ତାମାନ ଆଇନରେ ଥିବା କଠୋର ଜରିମାନା ବ୍ୟବସ୍ଥା ଉଚ୍ଛେଦ ଦାବିରେ ଆଜି ସର୍ବଭାରତୀୟ ବ୍ୟବସାୟୀ ସଂଘ ଭାରତ ବନ୍ଦ ଡାକରା ଦେଇଛି ।

Leave a Reply

Your email address will not be published. Required fields are marked *