ଶ୍ରୀମନ୍ଦିରର ସମୀକ୍ଷା ବୈଠକ ପ୍ରତି ମଙ୍ଗଳବାର ପ୍ରଶାସନ କାର୍ଯ୍ୟାଳୟରେ ହେବ-

ଶ୍ରୀମନ୍ଦିରର ସମୀକ୍ଷା ବୈଠକ ପ୍ରତି ମଙ୍ଗଳବାର ପ୍ରଶାସନ କାର୍ଯ୍ୟାଳୟରେ ହେବ-

ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ଓ ଭିତର ବେଢ଼ା ପରିଷ୍କାର ପରିଚ୍ଛନ୍ନତା ନେଇ ପ୍ରତି ମଙ୍ଗଳବାର ସମୀକ୍ଷା ବୈଠକ ହେବ। ମଙ୍ଗଳବାର ଛୁଟି ଥିଲେ ପରବର୍ତ୍ତୀ କାର୍ଯ୍ୟ ଦିବସ ଦିନ ବୈଠକ ବସିବ ।

ଶ୍ରୀମନ୍ଦିରର ପାରିପାର୍ଶ୍ବିକ ଉନ୍ନତି ଓ ଭିତର ବେଢ଼ା ପରିଷ୍କାର ପରିଛନ୍ନତା, ବିଦ୍ୟୁତ ଯୋଗାଣ, ପାନୀୟ ଜଳ ଯୋଗାଣ, ଭକ୍ତ ପାଇଁ ଶୌଚାଳୟ ଓ ପରିସ୍ରାଗାରର ବ୍ୟବସ୍ଥା, ଲଗେଜ ଓ ଜୋତା ଷ୍ଟାଣ୍ଡ ଆଦି ୧୨ଟି ନିୟମିତ ପ୍ରସଙ୍ଗ, ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ଆଲୋଚନା ହୋଇଥିଲା। ଏଏସଆଇ ପକ୍ଷରୁ ଚାଲିଥିବା ମେଘନାଦ ପାଚେରୀ ଡିପ୍ଲାଷ୍ଟରିଂ କାର୍ଯ୍ୟ ଜୁନ୍ ଶେଷ ସୁଦ୍ଧା ଶେଷ ହେବ । ସେହିପରି ମାର୍ଚ୍ଚ ମାସରୁ ମା’ ଲକ୍ଷ୍ମୀଙ୍କ ମନ୍ଦିରର ମରାମତି କାର୍ଯ୍ୟ ଆରମ୍ଭ ହେବ । ବାତ୍ୟା ଫନିରେ ନଷ୍ଟ ହୋଇଯାଇଥିବା ସିସିଟିଭିକୁ ପୁଣି ଲଗାଇବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓଡ଼ିଶା ପୋଲିସ ହାଉସିଂ କର୍ପୋରେସନକୁ ୮୦ ଲକ୍ଷ ଦେଇଛି । ଖୁବଶୀଘ୍ର ସିସିଟିଭି ସଂସ୍ଥାପନ କାର୍ଯ୍ୟ ହେବ । ବୈଠକରେ ଶ୍ରୀମନ୍ଦିର ଉନ୍ନୟନ, ନୀତି ପ୍ରଶାସକଙ୍କ ସହ ଏଏସଆଇ, ପୌରପାଳିକା, ଜନସ୍ବାସ୍ଥ୍ୟ, ଇଡ଼କୋ ଅଧିକାରୀ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *